Sun. Apr 20th, 2025

ବିଧାନସଭାର ସବୁ କାମ ଓଡ଼ିଆ ଭାଷାରେ କରାଯିବାକୁ ଦାବି କଲେ ବିରୋଧୀ ଦଳ ନେତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଲେ ପତ୍ର

By amfnews Jan 21, 2020 #Featured
191 Views

ଭୁବନେଶ୍ବର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଧାନସଭାର ସବୁ କାମ ଓଡ଼ିଆ ଭାଷାରେ କରାଯିବାକୁ ଦାବି କରିଛନ୍ତି । ସେ ଆଜି ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି।
ବିଧାନସଭାର ସମସ୍ତ କାର୍ଯ୍ୟ ଓ ସରକାରୀ କାର୍ଯ୍ୟାବଳୀକୁ ଓଡ଼ିଆରେ କରିବାକୁ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଓଡ଼ିଆ ଭାଷା ଓଡ଼ିଶାର ସ୍ୱାଭିମାନ ହୋଇଥିବାରୁ ଏହି ଭାଷାରେ ସମସ୍ତେ ନିଜ ମତ ପରିପ୍ରକାଶ କରନ୍ତି । ମାତ୍ର ପରିତାପର ବିଷୟ ଯେ ବିଧାନସଭା କିମ୍ବା ଲୋକସେବା ଭବନରେ ଅନେକ କାମ ଓଡ଼ିଆରେ ହେଉନାହିଁ । ଏହା ଫଳରେ ସାଧାରଣ ଲୋକଟିଏ ନିଜ ସୁବିଧା ଅସୁବିଧା ଜାଣିପାରୁନି କି କହି ପାରୁନି ବୋଲି ପ୍ରଦୀପ୍ତ କହିଛନ୍ତି ।

ତେବେ ବିଧାନସଭାରେ ବିରୋଧୀଙ୍କ ଦାବି ପରେ ବିଧେୟକ, ବିବୃତି, ବିଜ୍ଞପ୍ତି ଆଦି ଓଡ଼ିଆରେ ପ୍ରକାଶ କରାଯାଉଥିବା ବେଳେ , ଅନେକ ରିପୋର୍ଟ, ବିଭାଗୀୟ ଖର୍ଚ୍ଚ ଦାବି, କମିଶନ ରିପୋର୍ଟ ଏବଂ ଅଧ୍ୟାଦେଶ ଆଦି ଓଡ଼ିଆ ଭାଷାରେ ପ୍ରକାଶ ହେଉନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଛନ୍ତି।
ସେପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଇଂରାଜି ବିବୃତି କଥା ମଧ୍ୟ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ । ମୁଖ୍ୟମନ୍ତ୍ରୀ ଇଂରାଜୀରେ ବିବୃତି ରଖୁଥିବାରୁ ଅନେକ ବିଧାୟକମାନେ ମଧ୍ୟ ନିଜ ମତ ଇଂରାଜୀରେ ରଖୁଛନ୍ତି। ତେଣୁ ସମସ୍ତେ ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓଡ଼ିଆରେ ବିବୃତି ରଖିବା ସହ ସବୁ କାମ ଓଡ଼ିଆରେ ହେଉ ବୋଲି ପରାମର୍ଶ ଦେଇ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

By amfnews

Related Post