Sat. Mar 7th, 2026

ବିଦ୍ୟୁତ୍‌ ଆଘାତ ହାତୀ ମୃତ୍ୟୁ ପାଇଁ କାଳ ସାଜିଛି

249 Views

ଭୁବନେଶ୍ୱର : ହାତୀକୁ ସଙ୍କଟ ପିଛା ଛାଡ଼ୁନି। ବିଦ୍ୟୁତ ଆଘାତ ହାତୀ ମୃତ୍ୟୁର ଅନ୍ୟ ପ୍ରମୁଖ କାରଣ ପାଲଟିଛି। ସେପ୍ଟେମ୍ବର ୨୦୧୭ରୁ ଏପର୍ଯ୍ୟନ୍ତ କେବଳ ଅନୁଗୁଳ ଜିଲ୍ଲାରେ ୪ ହାତୀଙ୍କ ମୃତ୍ୟୁ ହୋଇଛି। ଗତ ୧୦ ଦିନ ଭିତରେ ୨ ହାତୀଙ୍କର ମୃତ୍ୟୁ ହୋଇଛି। ସାତକୋଶିଆ ଟାଇଗର ରିଜର୍ଭରେ ଆଉ ଏକ ହାତୀର ସଢ଼ି ଯାଇଥିବା ମୃତ ଶରୀର ମିଳିଥିବା ବେଳେ ତା’ର କାରଣ ଜଣାପଡ଼ିନାହିଁ।

୨୦୦୦ ମସିହାରୁ ଏପର୍ଯ୍ୟନ୍ତ ୧୬୭ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ୨୦୦୦ରୁ ୨୦୧୦ ମସିହା ମଧ୍ୟରେ ୬୭ ହାତୀଙ୍କର ମୃତ୍ୟୁ ହୋଇଛି। ତେବେ ୨୦୧୦ ଏପ୍ରିଲ୍‌ ମାସରୁ ୨୦୧୮ ଅଗଷ୍ଟ ୨୧ ତାରିଖ ମଧ୍ୟରେ ୯୦ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୩୩ଟି ହାତୀଙ୍କର ଝୁଲନ୍ତା ବିଦ୍ୟୁତ ତାର ଏବଂ ୫୭ଟି ହାତୀଙ୍କର ବିଦ୍ୟୁତ ଯନ୍ତା ଯୋଗୁଁ ମୃତ୍ୟୁ ହୋଇଛି। ଏହି ୮ ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ୧୧ଟି ହିସାବରେ ହାତୀଙ୍କର ମୃତ୍ୟୁ ଘଟିଛି। ମୁଖ୍ୟତଃ ବିଦ୍ୟୁତ ତାରରେ ନିର୍ମିତ ଶିକାରୀ ଯନ୍ତା, ଝୁଲନ୍ତା ବିଦ୍ୟୁତ ତାର, ବିଦ୍ୟୁତ ବାଡ଼ ଯୋଗୁଁ ମୃତ୍ୟୁ ହେଉଛି ବୋଲି ‘ଓ୍ଵାଇଲ୍‌ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ର ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି।

By amfnews

Related Post