97 Views
ଭୁବନେଶ୍ୱର: ନବରଙ୍ଗପୁରର ଲୋକସଭା ସଦସ୍ୟ ସାଂସଦ ବଳଭଦ୍ର ମାଝି ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସିଥିଲେ ,ମାତ୍ର ତାଙ୍କ ସହ ଦେଖା ହୋଇ ପାରି ନଥିଲା। ଏହାପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଯାଇଛି । ସେ କହିଛନ୍ତି ଯେ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ସେ ବିଜେଡିରୁ ଇସ୍ତଫା ଦେଲେ ।