Sat. Mar 7th, 2026

ବାଲିପାଟଣା : ଅଜଣା ଯୁବକ ଆକ୍ରମଣରେ ଛାତ୍ର ଆହତ

182 Views

ବାଲିପାଟଣା : ବାଲିପାଟଣା ବ୍ଲକ ମଝିହରା ବଙ୍ଗାଳି ସାହିର ଛାତ୍ର ନିତୀଶ କୁମାର ଗୁଇଁ (୧୪) ଙ୍କୁ ଜଣେ ଅଜଣା ବ୍ୟକ୍ତି ହଠାତ୍ ଛୁରିରେ ଆକ୍ରମଣ କରିଛି। ଆକ୍ରମଣରେ ତାଙ୍କ ବାମ ହାତରେ କ୍ଷତ ସୃଷ୍ଟି ହୋଇଛି। ଏନେଇ ନିତୀଶଙ୍କ ବାପା ଶିଶୁଦେବ ଗୁଇଁ ବାଲିପାଟଣା ଥାନାରେ ଏତାଲା ଦେଇଛନ୍ତି। ନିତୀଶ ପଞ୍ଚାୟତ ରୋଡରେ ଥିବା ଏକ ଘରୋଇ ସ୍କୁଲର ୯ମ ଶ୍ରେଣୀର ଛାତ୍ର। ତାଙ୍କ ଘର ଧାନହରା। ପ୍ରତ୍ୟେକ ଦିନ ସେ ବନମାଳୀପୁର ନୂଆସାହିକୁ ଟିଉସନ ହେବା ଲାଗି ଯାଇଥାନ୍ତି। ଗତ ରବିବାର ଅପରାହ୍ନ ୫ଟା ବେଳେ ସେ ସାଇକେଲରେ ଟିଉସନ ଯାଉଥିଲେ। ଧାନହରା ମଲ୍ଲିକ ସାହିରୁ ଦଣ୍ତାସାହି କେନାଲ ମଧ୍ୟବର୍ତୀ ସ୍ଥାନରେ ସେ ସାଇକେଲରୁ ଓହ୍ଲାଇ ଥିବା ବେଳେ ରାସ୍ତାକଡ଼ ବଣଭିତରୁ ଜଣେ ଯୁବକ ବାହାରି ଆସି ନିତୀଶଙ୍କ ପଛପଟୁ ବେକକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସେ ବୁଲିପଡ଼ିବାରୁ ତାଙ୍କ ବାମ ହାତକୁ କାଟି ପକାଇ ଥିଲା। ଦୁଇ ଜଣ ଯୁବକ ସେହି ବାଟ ଦେଇ ବାଇକ୍‌ରେ ଆସୁଥିବା ଦେଖି ଦୁର୍ବୃତ୍ତ ଜଣକ ଧାନ ବିଲରେ ପଶି ନଈପଟକୁ ପଳାଇ ଥିଲା। ଗତ ଶୁକ୍ରବାର ମଧ୍ୟ ସେହି ଯୁବକ ନିତୀଶଙ୍କୁ ରାସ୍ତାରେ ବାଡ଼ି ଧରି ଗୋଡ଼ାଇ ଥିଲା।

By amfnews

Related Post