Sun. Jun 8th, 2025

ବାଇକ୍‌ରୁ ପଡ଼ିଲେ ଏଟିଏମ୍‌ରୁ ୪୦ ଲକ୍ଷ ଟଙ୍କା ଲୁଟିଥିବା ଚୋର; ତଳେ ପଡ଼ିଥିବା ଟଙ୍କା ଲୁଟି ନେଲେ ଦେଖଣାହାରି

By amfnews Feb 21, 2019 #Featured
305 Views

ନଇଡ଼ା : ମଙ୍ଗଳବାର ଦିନ ନଇଡ଼ାର ଗୋଟିଏ ଏଟିଏମ୍‌ କିଓସ୍କରୁ ଚୋରମାନେ ୪୦ ଲକ୍ଷ ଟଙ୍କା ଲୁଟ୍‌ କରି ପଳାଇ ଯାଉଥିବା ବେଳେ ମଟରସାଇକେଲ୍‌ରୁ ପଡ଼ିଯିବାରୁ ରାସ୍ତାରେ ସେ ଟଙ୍କା ସବୁ ବିଚ୍ଛାଡ଼ି ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକେ ଝପଟି ଯାଇ ସେ ଟଙ୍କା ସବୁ ନେଇ ପଳାଇଥିଲେ।

ଘଟନା ରାତି ପ୍ରାୟ ୧: ୩୦ ବେଳେ ଘଟିଥିବା କଥା ପୁଲିସ କହିଛି। ସେକ୍ଟର୍‌ ୮୨ ସ୍ଥିତ ଏସ୍‌ବିଆଇ ଏଟିମ୍‌ କାଉଣ୍ଟର୍‌ରେ ତତ୍ତ୍ୱାବଧାରକମାନେ ଟଙ୍କା ଭରିବାକୁ ଗଲାବେଳେ ଏ ଭଳି ଘଟନା ଘଟିଛି। ତତ୍ତ୍ୱାବଧାରକମାନେ ଭ୍ୟାନ୍‌ରୁ ଓହ୍ଲାଇ ଏଟିମ୍‌ କାଉଣ୍ଟର୍‌କୁ ଯିବାମାତ୍ରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଆସି ଗୁଳି ଚଳାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ଟାଣି ନେଇ ପଳାଇଥିଲେ।

ସେମାନେ ଦ୍ରୁତ ବେଗରେ ମୋଟର୍‌ସାଇକେଲ୍‌ଟି ଅନ୍ୟ ଏକ ଗାଡ଼ିରେ ପିଟି ହୋଇ ଯିବାରୁ ଚୋରମାନେ ତଳେ ପଡ଼ିଯାଇଥିଲେ। ଏତିକି ବେଳେ ଟଙ୍କା ଭରା ବ୍ୟାଗ୍‌ଟି ତଳେ ପଡ଼ି ରାସ୍ତାରେ ଟଙ୍କା ବିଛାଡ଼ି ହୋଇ ପଡ଼ିଲା। ବାଟୋଇ ଓ ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସି ଥିଲେ। ସେମାନଙ୍କ ମଧ୍ୟରୁ ନର୍ଦ୍ଦମାରେ ପଡ଼ିଥିବା ଚୋରଟି ଶୂନ୍ୟକୁ ଗୁଳି ଚଳାଇଥିଲା ଲୋକଙ୍କୁ ଭୟଭୀତ କରାଇବାକୁ। ଘଟନାସ୍ଥଳରୁ ଅନ୍ୟଜଣକ ଧାଇଁ ପଳାଇଥିଲା।

By amfnews

Related Post