196 Views
ଭୁବନେଶ୍ୱର, ଡିସେମ୍ବର 29 : ଭିଜିଲାନ୍ସ ଜାଲରେ ପୁଣି ଜଣେ ବ୍ୟାଙ୍କ କର୍ମଚାରୀ । ବଲାଙ୍ଗୀର କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜରଙ୍କ ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢାଉ କରିଛି ।
ବଲାଙ୍ଗୀର କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ବଲାଙ୍ଗୀର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ବାସଭବନ, ରୁଗୁଡ଼ିପଡ଼ା ସ୍ଥିତ ସଂପର୍କୀୟଙ୍କ ଘର ଓ ବିଡିସିସି ବ୍ୟାଙ୍କରେ ଚଢାଉ ଜାରି ରହିଛି । ବଲାଙ୍ଗୀର, ବରଗଡ, ସୋନପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍ ଏକକାଳୀନ 3 ଟି ସ୍ଥାନରେ ଚଢାଉ କରି ଖୋଳତାଡ କରୁଛି । ଚଢାଉ ବେଳେ ସୁନା, ନଗଦ ଟଙ୍କା, ୩ଟି ଜମି କାଗଜପତ୍ର , ବ୍ୟାଙ୍କ ପାସବୁକ୍ ଭିଜିଲାନ୍ସ ଟିମର ହସ୍ତଗତ ହୋଇଛି । ଏଯାଏଁ ତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ହୋଇନାହିଁ ।