Sat. Nov 23rd, 2024

ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା: ଠିକା ସଂସ୍ଥା ଉପରେ ପ୍ରଶ୍ନ ଉଠାଇ, ବିଶ୍ୱସ୍ତରୀୟ ସଂସ୍ଥା ଦ୍ୱାରା ଦୁର୍ଘଟଣାର ଯାଂଚ ଓ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

rout.subhashree22@gmail.com' By Subhashree Rout May 5, 2018 #Featured
264 Views

ଜଣେ ଶ୍ରମିକର ଜୀବନ ନେଇଛି ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା । ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଘଟଣାସ୍ଥଳ ପରିଦର୍ଶନ କରି ସଂପୃକ୍ତ ଠିକା ସଂସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ ଘଟଣାକୁ ଦୁଭାର୍ଗ୍ୟଜନକ ବୋଲି କହି ବିଶ୍ୱସ୍ତରୀୟ ସଂସ୍ଥା ମାଧ୍ୟମରେ ଓଭରବ୍ରିଜର ଯାଂଚ କରିବାକୁ ଦାବି କରିଛନ୍ତି ।

ଦୋଷୀଙ୍କ ବିରୋଧରେ କଡ।। କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗତ ଗୁରୁବାର ରାତିରେ ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟଣାରେ ପଣ୍ଡା ଇନଫ୍ରାର ମାଲିକ ପ୍ରତାପ ପଣ୍ଡା ଗିରଫ ହୋଇସାରିଛନ୍ତି । ତାଙ୍କୁ କମିଶନରେଟ ପୋଲିସ ପଚରାଉଚରା କରୁଛି । ୮ ମାସ ଭିତରେ ଓଭରବ୍ରଜିରେ ଦୁଇ ଦୁଇଟି ଦୁର୍ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Post