Sat. Mar 7th, 2026

‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ମାନ୍ୟତା ପାଇଁ ଆବେଦନ ଖାରଜ

464 Views

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ. ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖି ପାରୁ ନାହାନ୍ତି।
ଏହି ଆବେଦନ ଭାରତୀୟ ଜନତା ପାର୍ଟିର ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିଲେ। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମା ତରମ’କୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବାକୁ ଦାବି ହୋଇଥିଲା ଏବଂ ସମସ୍ତ ସ୍କୁଲରେ ଏହି ଦୁଇଟି ଗୀତକୁ ଗାଇବା ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ ରହିଥିଲା।

By amfnews

Related Post