Wed. Mar 11th, 2026

ବଢୁଛି ହୀରାକୁଦ ଜଳସ୍ତର, ଆସନ୍ତାକାଲି ଖୋଲିବ ଗେଟ

172 Views

ସମ୍ବଲପୁର : ବଢ଼ିବାରେ ଲାଗିଛି ହୀରାକୁଦର ଜଳସ୍ତର | ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳସ୍ତର ୬୧୬.୪୫ ଫୁଟ ରହିଛି | ହୀରାକୁଦ ଜଳଭଣ୍ଡାରକୁ ୮୦୪୯୧ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ୧୮୫୧୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି | ହୀରାକୁଦର ଜଳସ୍ତର ଏବେ ୬୧୫ ଫୁଟ୍‌ ଅତିକ୍ରମ କରି ସାରିଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତାକାଲି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି |

ବର୍ତ୍ତମାନ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେଉଛି। ହୀରାକୁଦ ବନ୍ଧ ତଳ ମୁଣ୍ଡରେ ମହାନଦୀ କ୍ୟାଚ୍‌ମେଣ୍ଟରେ ଥିବା ବିଭିନ୍ନ ଜିଲ୍ଲା ଯଥା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ଦେଇ ପ୍ରବାହିତ ମହାନଦୀର ଉପନଦୀ ଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହା ଆହୁରି ବଢ଼ିପାରେ ବୋଲି ଅନୁମାନ କରା ଯାଉଛି।

By amfnews

Related Post