Sun. Mar 8th, 2026

ପଢ଼ିବା ପାଇଁ ମା’ କହିବାରୁ ମାଟ୍ରିକ ଛାତ୍ରୀଙ୍କ ଆତ୍ମହତ୍ୟା!

265 Views

ସମ୍ବଲପୁର : ସମ୍ବଲପୁର ସହର ଛାତ୍ରୀ ଦୀପ୍ସା ପଟନାୟକ(୧୫)ଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନିଜ ଘରର ଗାଧୁଆଘରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିସହିତ ମାତ୍ର ଗୋଟିଏ ମାସରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ସ୍କୁଲ ଛାତ୍ର ଆତ୍ମହତ୍ୟାର ଏହି ଦ୍ବିତୀୟ ଘଟଣା ଅଟେ। ସୂଚନା ଅନୁଯାୟୀ, ଧନୁପାଲି ଥାନା ଅନ୍ତର୍ଗତ ଭବାନୀଫିଲ୍ଡ ନିକଟସ୍ଥ ପ୍ରଶାନ୍ତ ପଟନାୟକଙ୍କ ସାନ ଝିଅ ଦୀପ୍‌ସା।

ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ରବିବାର ସକାଳେ, ପାଠ ନପଢ଼ି ଅନ୍ୟ କିଛି କାର୍ଯ୍ୟ କରୁଥିବା ଦେଖି ମା ବ୍ୟସ୍ତ ହୋଇ ପଡ଼ିଥିଲେ। ମାଟ୍ରିକ ପରୀକ୍ଷା ଆସିଲାଣି, ପଢ଼ିବା ପାଇଁ ମନ ଦେବାକୁ କହିଥିଲେ। ଏହାପରେ ଅଚାନକ ଦୀପ୍‌ସା ଗାଧୁଆ ଘରକୁ ପଶି ଯାଇଥିଲେ। ସେ ଗାଧୋଇବା ପାଇଁ ଯାଇଥିବା ପରିବାର ଭାବିଥିଲେ। ମାତ୍ର ଅନେକ ସମୟ ଧରି କବାଟ ନଖୋଲିବାରୁ କବାଟ ବାଡ଼େଇ ଭିତରକୁ ପଶିଥିଲେ। ଗାଧୁଆଘରେ ଥିବା ଲୁହା ପାଇପରେ ଗାମୁଛାରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏଥିସଂକ୍ରାନ୍ତରେ ଧନୁପାଲି ଥାନା ପୁଲିସ ସୂଚନା ପାଇ ମୃତଦେହକୁ ଉଦ୍ଧାର କରାଯାଇ ଥିଲା। ବୁର୍ଲାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ପ୍ରଶାନ୍ତ ପଟନାୟକ ଜଣେ ଦୋକାନୀ ଏବଂ ତାଙ୍କର ୨ଜଣ ଝିଅ ଅଛନ୍ତି। ଗତ ମାସରେ ସ୍କୁଲ ବାର୍ଷିକ ଉତ୍ସବ ଯିବା ପାଇଁ ମନା କରିବାରୁ ଧନକଉଡ଼ାରେ ସ୍କୁଲ ଛାତ୍ର ଆତ୍ମହତ୍ୟା କରିଥିଲେ।

By amfnews

Related Post