Sat. Apr 19th, 2025

ପ୍ରଶଂସନୀୟ ପ୍ରୟାସ ନିମନ୍ତେ ଆରଏସପିର ମେକାନିକାଲ ସପ ବିଭାଗର କର୍ମଚାରୀ ପୁରସ୍କୃତ

By amfnews Nov 18, 2018 #Featured
194 Views

ରାଉରକେଲା, ୧୮ ।୧୧  : ରାଉରକେଲା ଇସ୍ପାତ କାରଖାନାର ମେକାନିକାଲ ସପ ବିଭାଗର କର୍ମଚାରୀ ସ୍କୋଡା ମେସିନର ବକ୍ସ ନଟର ବିକାଶ ସାଧନ ଓ ପରିବର୍ତ୍ତନ ସଫଳତା ସହକାରେ ସମ୍ପନ୍ନ କରିବା ନିମନ୍ତେ ପୁରସ୍କୃତ ହୋଇଛନ୍ତି । ନିକଟରେ ଜିଏମ ମେକାନିକାଲଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ପୁରସ୍କାର ଉତ୍ସବରେ ଜିଏମ ମେକାନିକାଲ ଏ.କେ. ଶ୍ରୀବାସ୍ତବ ମେକାନିକାଲ ସପ ବିଭାଗର ୬ ଜଣ ଏବଂ ରିପେୟାର ସପ ଇଲେକ୍ଟ୍ରିକଲ ବିଭାଗର ଜଣେ କର୍ମଚାରୀଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ମେକାନିକାଲ ସପ ବିଭାଗର ଡିଜିଏମ ଶେଖର ନାରାୟଣ, ବିଭାଗର ଅନ୍ୟ ଅଧିକାରୀ, କାର୍ମିକ ବସିଭାଗର ପ୍ରତିନିଧି ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଉଲ୍ଳେଖନୀୟ ଯେ, ସ୍ପେୟାର ତଥା ବିଭିନ୍ନ ପ୍ଲାଣ୍ଟ ୟୁନିଟର ଯନ୍ତ୍ରାଂଶ ନିର୍ମାଣ ନିମନ୍ତେ ହରାଇଜେଣ୍ଟାଲ ବୋରିଙ୍ଗ ମେସିନ ସ୍କୋଡା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମେସିନ ଅଟେ ।

ଉକ୍ତ ମେସିନର ୧୨ଟି ଏକ୍ସ ଏକ୍ସିସ, ୪ ମିଟର ଏକ୍ସିସ ଓ ୨ ମିଟର ଜେଡ ଏକ୍ସିସ ମୁଭମେଣ୍ଟ ରହିଛି । ସ୍କୋଡା ମେସିନର ୱାଇ ଏକ୍ସିସ ବହୁଳ ରୂପେ କ୍ଷତିଗ୍ରସ୍ତ ହୋଇଥିବା ପରିପ୍ରେକ୍ଷୀରେ ଏହାର ମରାମତି ଅତ୍ୟାବଶ୍ୟକ ହୋଇଥିଲା । ଏହାର ମରାମତି ପ୍ରଥମ ଥର ହେଉଥିବା ତଥା ଏଥିନିମନ୍ତେ ଆବଶ୍ୟକୀୟ ମାନୁଆଲ ଓ ବୈଷୟିକ ସହାୟତା ନଥିବା ଯୋଗୁଁ ଏହି କାର୍ଯ୍ୟ ଆହ୍ୱାନମୂଳକ ରହିଥିଲା ।

ମେକାନିକାଲ ସପ ବିଭାଗର ସିନିୟର ଟେକନିସିଆନ କମ ଅପରେଟର ପ୍ରସନଜିତ ସିଂହ, ପି.କେ. ପୃଷ୍ଟି, ଏସ୍.ଆର୍. ପ୍ରଧାନ ଏବଂ ଆଇ. ଓରାମ, ଓସିଟି ମାନସ ମହାରଣା ଏବଂ ଟଇସିଓ ଜେ. ବୋର୍ଦା ତଥା ରିପେୟାର ସପ୍ ଇଲେକ୍ଟ୍ରିକଲ ବିଭାଗର ସିନିୟର ଟେକନିସିଆନ କମ ଅପେରେଟର ପି.କେ. ଦାସ ଲିଡ ସ୍କୃ ଗିୟର ବକ୍ସ ଓ ହେଡ୍ ଷ୍ଟକ ହାଉସିଂ ଖୋଲିବା ତଥା ଏହି ଆହ୍ୱାନମୂଳକ ମରାମତି କାର୍ଯ୍ୟ ଗ୍ରହଣ କରିଥିଲେ । କ୍ଷତିଗ୍ରସ୍ତ ଗିୟର ବକ୍ସ ଓ ବିଭିନ୍ନ ଦୈର୍ଘ୍ୟର ତିନିଟି ନଟକୁ ଖୋଲା ଯାଇଥିଲା ।

ଏହାର ସଠିକ ନିରୀକ୍ଷଣ କରାଯାଇ ନିଜସ୍ୱ ରୂପେ ଡ୍ରଇଙ୍ଗ ପ୍ରସ୍ତୁତ କରାଯାଇଥିଲା । ଥ୍ରେଡର ପ୍ରକାର ନିରୂପଣ କରାଯାଇ ବକ୍ସ ନଟରେ ଏହାର ପ୍ରସ୍ତୁତି ନିମନ୍ତେ ସ୍ୱତନ୍ତ୍ର ଟୁଲ ତିଆରି କରାଯାଇଥିଲା । ଉକ୍ତ ନଟ ଭବିଷ୍ୟତରେ ନିର୍ମାଣ ନିମନ୍ତେ ନିର୍ଦ୍ଧାରିତ ଗେଜ୍ ପ୍ରସ୍ତୁତ କରାଯାଇଥିଲା ଯାହଦ୍ୱାରା ମେସିନର ଡାଉନ ସମୟ ହ୍ରାସ ପାଇପାରିବ । ଆଲୋଚ୍ୟ ମରାମତି କାର୍ଯ୍ୟକୁ ସଫଳତା ସହକାରେ ସମ୍ପାଦନ କରାଯାଇଥିଲା । ଏହି ପ୍ରୟାସ ଦ୍ୱାରା କାରଖାନର ବିପୁଳ ସଞ୍ଚୟ ସାଧନ ହେବା ସଙ୍ଗେ ସଙ୍ଗେ ଯନ୍ତୋପକରଣ ଉପଲବ୍ଧତାରେ ମଧ୍ୟ ବୃଦ୍ଧି ଘଟିଛି ।

By amfnews

Related Post