Sat. Mar 7th, 2026

ପୁନଃଅବସ୍ଥାପିତ ହେଲେ ନିଲମ୍ବିତ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି

271 Views

ସୁନ୍ଦରଗଡ଼ : କିଛି ଦିନତଳେ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ସରକାର ପୁନଃଅବସ୍ଥାପିତ କରିଥିବା ଜଣାଯାଇଛି। ଗତକାଲି ରାଜ୍ୟ ସରକାର ଡାକ୍ତର ପଙ୍କଜ ପଟେଲଙ୍କୁ ପୁଣି ଚାକିରିରେ ଅବସ୍ଥାପିତ କରିଥିବାର ଆଦେଶ ଦେଇଛନ୍ତି।

ତେବେ ତାଙ୍କୁ ଏଥର ପୁଣି ସୁନ୍ଦରଗଡ଼ରେ ଅବସ୍ଥାପିତ କରାଯାଇନାହିଁ। ଡାକ୍ତର ପଙ୍କଜ ପଟେଲଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଥିବା ଜଣାଯାଇଛି। ସେ ସେଠାରେ ମେଡିସିନ ବିଭାଗର ସିନିଅର କନସଲ୍ଟାଣ୍ଟଭାବେ ଅବସ୍ଥାପିତ ହେବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ପରେ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ। ଏହାଛଡ଼ା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି କରାଯାଇଥିଲା।ଏହାକୁନେଇ ସୁନ୍ଦରଗଡ଼ରେ ପ୍ରତିବାଦର ସ୍ବର ଉଠିଥିଲା। ସୁନ୍ଦରଗଡ଼ରେ ବିଜେପି ପକ୍ଷରୁ ଏହି ନିଷ୍ପତ୍ତି ପ୍ରତ୍ୟାହାରଲାଗି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ  ଡାକରା ଦିଆଯାଇଥିଲା।

By amfnews

Related Post