Fri. Mar 6th, 2026

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ବଲାଙ୍ଗିର ଡେପୁଟୀ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌

300 Views

ବଲାଙ୍ଗିର, ଫେବୃଆରୀ ୧୧ : ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଏବେ ଭିଜିଲାନ୍ସ ସ୍କାନରରେ ।

ଆୟ ବହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗିର ଡେପୁଟୀ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ଡେପୁଟୀ ରେଞ୍ଜର କେଶବ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ଭାବରେ ୫ଟି ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । କେଶବଙ୍କ ଅଫିସ୍ ସହ ସାଗରପଡା, ଇନ୍ଦ୍ରାନଗର, ଓ ଗୁପ୍ତେଶ୍ୱରନଗରରେ ଥିବା ଘରେ ସମେତ ସୋନପୁର ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । 

By amfnews

Related Post