Wed. Mar 11th, 2026
224 Views

ଭୁବନେଶ୍ୱର  :  ଲଗାତାର ଭାବେ ବଢ଼ିବାରେ ଲାଗିଛି ସୁନା ଦର। ଆଜି ଭାରତୀୟ ବଜାରରେ ସୁନା ଦର ସବୁ ରେକର୍ଡ ଭାଙ୍ଗି ୩୮ ହଜାରରେ ପହଞ୍ଚିଛି। ସପ୍ତାହେ ଧରି ସୁନା ଦର ବଢ଼ିବାରେ ଲାଗିଛି। ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ପାଖାପାଖି ଏହି ଦର ଅନ୍ୟ ରାଜ୍ୟରେ ସାମାନ ରହିଛି।

ଗତକାଲିଠୁ ଆଜି ମଧ୍ୟରେ ପ୍ରାୟ ୧୦୦୦ ଟଙ୍କା ସୁନାର ମୂଲ୍ୟ ବଢ଼ିଛି। ଆମେରିକା ଏବଂ ଚୀନ ମଧ୍ୟରେ ଟ୍ରେଡ ୱାର୍ ବେଳେ ଅନ୍ୟ ବାଣିଜ୍ୟ ମାନ୍ଦାବସ୍ଥାରେ ରହିଛି। ତେଣୁ ବ୍ୟବସାୟୀ ମାନେ ସୁନାରେ ନିବେଶ କରିବାକୁ ଅଧିକ ଇଚ୍ଚା ପ୍ରକାଶ କରୁଛନ୍ତି। ଯାହା ଫଳରେ ଷ୍ଟକ୍ ବଜାରରେ ପାଣ୍ଠି ଲଗାଇବା ବଦଳରେ ସୁନାରେ ନିବେଶ କରିଛନ୍ତି। ସେହିପରି ଗହଣା ନିର୍ମାତାମାନେ ମଧ୍ୟ ବିପୁଳ ପରିମାଣର ସୁନା କିଣିବାରେ ଲାଗିଛନ୍ତି। ତେଣୁ ସୁନା ଦର ବଢ଼ୁଥିବା କୁହାଯାଉଛି।

By amfnews

Related Post