Tue. Apr 22nd, 2025

ପୁଣି ଥରେ ଭାରତକୁ ଯୁଦ୍ଧ ଧମକ ଦେଲେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ୍‌ କମର୍‌ ଜାବେଦ୍‌ ବାଜ୍‌ଓ୍ଵା

By amfnews Sep 6, 2019 #Featured
236 Views

ନୂଆଦିଲ୍ଲୀ : ଶୁକ୍ରବାର ଦିନ ପୁଣି ଥରେ ପାକିସ୍ତାନୀ ସେନା ମୁଖ୍ୟ କମର ଜାବେଦ ବାଜ୍‌ଓ୍ଵା କହିଛନ୍ତି ଯେ ଭାରତ କଶ୍ମୀରରେ ଅତ୍ୟାଚାର ଚଳାଇଛି ଏବଂ ବଳପୂର୍ବକ ହିନ୍ଦୁତ୍ୱ ପ୍ରଚଳନ କରୁଛି।

ସେ କହିଛନ୍ତି: ଆଜି କଶ୍ମୀର ହିନ୍ଦୁତ୍ୱର ଶିକାର ହୋଇଛି ଏବଂ ଅତ୍ୟାଚାର ଚାଲୁଛି। କଶ୍ମୀର ହେଉଛି ପାକିସ୍ତାନର ଆଜେଣ୍ଡା। ବର୍ତ୍ତମାନର ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ହେଉଛି ଆମ ପାଇଁ ଆହ୍ଵାନ। ପାକିସ୍ତାନ କଶ୍ମୀରୀମାନଙ୍କୁ ପର କରିବ ନାହିଁ। ଶେଷ ସୈନିକ, ଶେଷ ଗୁଳି ଏବଂ ଶେଷ ନିଃଶ୍ୱାସ ଥିବା ଯାଏଁ ଆମ କର୍ତ୍ତବ୍ୟ ପ୍ରତି ଆମେ ପ୍ରତିବଦ୍ଧ। ଯେକୌଣସି କ୍ଷେତ୍ରକୁ ଯିବା ପାଇଁ ପାକିସ୍ତାନ ସେନା ପ୍ରସ୍ତୁତ। ଯୁଦ୍ଧ ବାତାବରଣ ଏବଂ ଅଶାନ୍ତି ଦେଖା ଦେଇଛି, କିନ୍ତୁ ଆମେ ଶାନ୍ତି ଆଶା କରୁଛୁ। ଆଜି କଶ୍ମୀର ଜଳୁଛି ଏବଂ ବିପଦ୍‌ରେ ପଡ଼ିଛି। ମୁଁ କଶ୍ମୀରବାସୀଙ୍କୁ ଭରସା ଦେଇ କହୁଛି କି, ଆମେ ସେମାନଙ୍କୁ ସାଥିରେ ରହିଛୁ କେବେ ଛାଡ଼ି ଯିବୁନି। କଶ୍ମୀର ପାଇଁ ଯେକୌଣସି ତ୍ୟାଗ ସହିବାକୁ ଆମେ ପ୍ରସ୍ତୁତ।

ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସମେତ ପାକିସ୍ତାନୀ ନେତୃତ୍ୱ ଆଣବିକ ଯୁଦ୍ଧ କଥା ଉଠାଇ କହିଛନ୍ତି କି, ଭାରତ ପାଇଁ ଯୁଦ୍ଧ ଶିରୋଧାର୍ଯ୍ୟ। କିନ୍ତୁ, ପରେ ସେମାନେ ଆଣବିକ ଧମକରୁ ଓହରି ଯାଇଥିଲେ ବି ଜମ୍ମୁ ଓ କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାରୁ ବିରତ ହେଉନାହିଁ।

By amfnews

Related Post