Sat. Mar 7th, 2026

ପାହାଡ଼ ଧସିବା ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

165 Views

ଭୁବନେଶ୍ବର : ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ରେ ପାହାଡ଼ ଧସି ୧୬ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଆଜି ଅପରାହ୍ନ ସୁଦ୍ଧା ପ୍ରଶାସନ ସେଠାରେ ପହଞ୍ଚିସାରିଛି। ତେବେ ରାଜ୍ୟ ସରକାରଙ୍କ ପାଖରେ ମୃତ୍ୟୁ ସଂଖ୍ୟା ନେଇ ଜିଲ୍ଲା ପ୍ରଶାସନର ରିପୋର୍ଟ ପହଞ୍ଚି ନାହିଁ। ଜିଲ୍ଲାପାଳ ରିପୋର୍ଟ ଦେଲା ପରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ମିଳିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ ବି‌ଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସବିଶେଷ ରିପୋର୍ଟ ମିଳିବା ପରେ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି, ଗଣମାଧ୍ୟମରୁ ଏପରି ଦୁଃଖଦ ଖବର ଜାଣିବା ପରେ ଏହା ତାଙ୍କୁ ମର୍ମାହତ କରିଛି। ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

By amfnews

Related Post