Sun. Mar 8th, 2026

ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ଛଅମାସିଆ ଶିଶୁ ମୃତ

141 Views

ନୂଆଦିଲ୍ଲୀ  : ଗୁରୁବାର ଦିନ ବିହାରର ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନ (ଏସ୍‌ଜି ୮୪୮୧)ମଧ୍ୟରେ ଯାତ୍ରା କରୁଥିବା ଜଣେ ଛଅମାସିଆ ଝିଅ ପିଲାର ମୃତ୍ୟୁ ଘଟିଛି। ପିଲାଟିର ନାଁ ରଚିତା କୁମାରୀ। ତା’ର ବାପା ରାଜେନ୍ଦ୍ର ରଞ୍ଜନ ହେଉଛନ୍ତି ବିହାରର ବେଗୁସରାଇ ଜିଲ୍ଲା ଅନ୍ତର୍ଗତ ବରାଉନି ବ୍ଲକ୍‌ ଅଞ୍ଚଳର ନିଙ୍ଗା ଗାଁ’ର ବାସିନ୍ଦା।

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଡେପୁଟି ପୁଲିସ କମିସନର୍‌ ସଞ୍ଜୟ ଭାଟିଆ କହିଛନ୍ତି ଯେ ପିଲାଟି ଚିକିତ୍ସା ହେବା ନିମନ୍ତେ ବିମାନରେ ଯାଉଥିଲା।

ଭାଟିଆ କହିଛନ୍ତି: ଆଜି ସ୍ପାଇଜେଟ୍‌ ବିମାନରେ ପାଟନାରୁ ଦିଲ୍ଲୀ ଯାଉଥିବା ଜଣେ ଛଅମାସିଆ ପିଲାର ମୃତ୍ୟୁ ଘଟିଛି। ପିଲାଟିର ହୃଦ୍‌ରୋଗ ଥିଲା। ପିଲାଟିର ଡାକ୍ତରୀ ଚିକିତ୍ସା କରାଇବାକୁ ପରିବାରର ଲୋକେ ଦିଲ୍ଲୀ ନେଇ ଯାଉଥିଲେ। କନ୍‌ଜେନସିଆଲ୍‌ ହାର୍ଟ ଡିଜିଜ୍‌ରେ ଆକ୍ରାନ୍ତ ରଚିତା ନୂଆଦିଲ୍ଲୀର ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲା।

By amfnews

Related Post