Wed. Jan 1st, 2025

ପାକ୍ ଉପରେ ବର୍ଷିଲେ ସୁଷମା, କହିଲେ ଇମରାନ ଯଦି ଉଦାର ତେବେ ମାସୁଦକୁ ଭାରତକୁ ଦିଅନ୍ତୁ

By amfnews Mar 14, 2019 #Featured
346 Views

ନୂଆଦିଲ୍ଲୀ, ମାର୍ଚ୍ଚ ୧୪ : ପାକିସ୍ତାନ ସହ କୌଣସୀ ଆଲୋଚନା ହେବ ନାହିଁ, ଯଦି ଇମରାନ ଖାନ ଏତେ ଉଦାରବାଦୀ ବୋଲି ଦେଖେଇ ହେଉଛନ୍ତି ତେବେ ମାସୁଦ ଆଜହରକୁ ଭାରତକୁ ପ୍ରତ୍ୟାର୍ପଣ କରନ୍ତୁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

ସୁଷମା କହିଛନ୍ତି ଯେ,  ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏଭଳି ପରିସ୍ଥିତିରେ କଥାବାର୍ତା ଅସମ୍ଭବ । ପାକ୍ ନିଜର ଗୁଇନ୍ଦା ବିଭାଗ ଆଇଏସଆଇ ଏବଂ  ସେନା ଉପରେ ପ୍ରଥମେ ନିୟନ୍ତ୍ରଣ କରୁ । ଆତଙ୍କୀ ଦେଶ ସର୍ବଦା ଦ୍ୱିପାକ୍ଷିକ ସମ୍ପର୍କକୁ ଭାଙ୍ଗୁଛି । ଏହାସହ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଚରମ ଆଭିମୁଖ୍ୟ ଉପରେ ମଧ୍ୟ ସୁଷମା ପ୍ରଶ୍ନ ଉଠାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତ ଜୈଶ-ଇ-ମହମ୍ମଦକୁ ଟାର୍ଗେଟ୍ କରିଥିଲା । ପାକ୍ ସେନା ଜୈଶ ତରଫରୁ ଭାରତ ଉପରେ ଆକ୍ରମଣ କରୁଛି । ଇମରାନ ସରକାର ଜୈଶକୁ ପାଳନ କରିବା ସହ ଅର୍ଥ ଯୋଗାଉଛନ୍ତି । ଏହାସହ ଇମାରନ ଯଦି ଉଦାର ତେବେ ମାସୁଦକୁ ଭାରତକୁ ଦିଅନ୍ତୁ ବୋଲି ସୁଷମା କହିଛନ୍ତି ।

By amfnews

Related Post