Sun. Mar 8th, 2026

ପାକିସ୍ତାନର ଏଫ୍‌-୧୬କୁ ଖସାଇଥିବା, ବାଲାକୋଟ୍‌ ବିମାନ ଆକ୍ରମଣ କରିଥିବା ବାୟୁସେନା ସ୍କ୍ଵାଡ୍ରନ୍‌ଙ୍କୁ ପୁରସ୍କାର ଦେବେ ବାୟୁସେନା ମୁଖ୍ୟ

170 Views

ନୂଆଦିଲ୍ଲୀ  : ଫେବ୍ରୁଆରି ୨୭ ତାରିଖ ଦିନ ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରି ତା’ର ଗୋଟାଏ ଏଫ୍‌-୧୬ ଜେଟ୍‌କୁ ଗୁଳିମାରି ଖସାଇ ଦେଇଥିବା ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ଵାଡ୍ରନ୍‌କୁ ଭାରତୀୟ ବାୟୁସେନା ମୁଖ୍ୟ ଏୟାର୍‌ ମାର୍ସାଲ୍‌ ଆର୍‌କେଏସ୍‌ ୟୁନିଟ୍‌ ସାଇଟେସନ୍‌ ଆଓ୍ଵାର୍ଡ ପ୍ରଦାନ କରିବେ।

ଫେବ୍ରୁଆରି ୨୬ ତାରିଖରେ ‘ଅପରେସନ୍‌ ବନ୍ଦର’ ସମୟରେ ପାକିସ୍ତାନର ବାଲାକୋଟ୍‌ରେ ବିମାନ ଆକ୍ରମଣ କରିଥିବା ୯ ନମ୍ବର ସ୍କ୍ଵାଡ୍ରନ୍‌କୁ ମଧ୍ୟ ପ୍ରଶସ୍ତିପତ୍ର ଦିଆଯିବ। ୯ ନମ୍ବର ସ୍କ୍ଵାଡ୍ରନ୍‌ର ମିରେଜ୍‌ ୨୦୦୦ ଲଢୁଆ ବିମାନ ଏହି ଆକ୍ରମଣ କରିଥିଲା।
ଏହି ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍କ୍ଵାଡ୍ରନ୍‌ ଲିଡର୍‌ ମିଣ୍ଟି ଅଗରଓ୍ଵାଲ୍‌ଙ୍କ ୬୦୧ ସିଗ୍‌ନାଲ୍‌ ୟୁନିଟ୍‌କୁ ମଧ୍ୟ ୟୁନିଟ୍‌ ସାଇଟେସନ୍‌ ଆଓ୍ଵାର୍ଡ ଦିଆଯିବ।

By amfnews

Related Post