Mon. Mar 9th, 2026

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ବରୁଣେଇ‌େର ୫୦ଏକର ଜମି ମିଳିଲାନି

285 Views

ଭୁବନେଶ୍ବର : ପାଇକ ବିଦ୍ରୋହକୁ ସ୍ମରଣୀୟ କରିବା ପାଇଁ ବରୁଣେଇ ପାହାଡ଼ ପାଦ ଦେଶରେ ଏକ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ବରୁଣେଇ ନିକଟରେ ୫୦ଏକର ଜମି ଚିହ୍ନଟ କରିବାକୁ ୨୮.୦୩.୨୦୧୮ରେ ଚିଠି କରାଯାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ଏନେଇ ବହୁତ ଜମି ଖୋଜିଥିଲେ ବି ବରୁଣେଇ ପାଦ ଦେଶରେ ଏତେ ବଡ଼ ଜମି ମିଳିନି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ଖୋର୍ଦ୍ଧା ମୌଜାରେ ୬.୫୬୦ ଏକର ଜମି ଚିହ୍ନଟ ହୋଇଛି। ଏଠାରେ ଏହି ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କରିବାକୁ ଜିଲ୍ଲାପାଳ ରାଜସ୍ବ ବିଭାଗକୁ ଜୁନ୍ ୨୮ରେ ପ୍ରସ୍ତାବ ଦେଇଛନ୍ତି।

ସୂଚନା‌େଯାଗ୍ୟ ଯେ, ଏହି ସ୍ମାରକୀ ପାଇଁ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ ୧୦୦କୋଟି ମଞ୍ଜୁର କରିଥିଲା। ପ୍ରସ୍ତାବିତ ଯୋଜନା‌ ଅନୁଯାୟୀ ସ୍ମାରକୀ ନିର୍ମାଣ ହୋଇଥିଲେ ରାଜ୍ୟ ସରକାରଙ୍କୁ ଏହି ୧୦୦କୋଟି ମିଳିଥାନ୍ତା। ତେଣୁ ଏବେ ଏହି ସ୍ମାରକୀ ନିର୍ମାଣ ନେଇ ଦ୍ବନ୍ଦ୍ବ ଉପୁଜିଲାଣି।

By amfnews

Related Post