Sat. Mar 7th, 2026

ପବ୍‌-ଜି ଗେମ୍‌ ଖେଳିବାକୁ ମନା କରିବାରୁ ବାପାମାଆଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା ପୁଅ

372 Views

ଅହମ୍ମଦାବାଦ୍‌: ଗୁଜୁରାଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମୋବାଇଲ୍‌ରେ ପବ୍‌-ଜି ଗେମ୍‌ ଖେଳିବାକୁ ମନା କରିବାରୁ ଜଣେ ୨୫ ବର୍ଷିଅ ପୁଅ ନିଜ ବାପାମାଆଙ୍କୁ ଗୋଡ଼େଇ ଗୋଡ଼େଇ ବାଡ଼େଇଥିବା ଜାଣିବାକୁ ମିଳିଛି। ଯୁବକ ଜଣକ ପୂରା ଦିନ ମୋବାଇଲ୍‌ରେ ଖେଳିବାରେ ଲାଗି ରହୁଥିଲା। ଏ ନେଇ ଚିନ୍ତିତ ହୋଇ ପଡ଼ିଥିଲେ ମାଆବାପା। ଦୁହେଁ ନିଜ ପୁଅକୁ ଆଉ ଗେମ୍‌ ନ ଖେଳିବା ପାଇଁ ମନା କରିଥିଲେ। ଯେଉଁ କାରଣରୁ ଯୁବକ ଜଣକ ନିଜ ବାପାମାଆଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟିଥିବା ଜାଣିବାକୁ ମିଳିିଛି। ସ୍ଥାନୀୟ ଲୋକ ଯୁବକକୁ ଅଟକାଇବାରୁ ବିଚରା ମାଆବାପାଙ୍କ ଜୀବନ ବଞ୍ଚିଯାଇଛି।

ଏହି ଘଟଣା ଗୁଜୁରାଟର ସାବରକାଣ୍ଠା ଜିଲ୍ଳାର ବୋଲି ଜାଣିବାକୁ ମିଳିିଛି। ଅଭିଯୁକ୍ତ ରମେଶ ବାପା ସଞ୍ଜୟ ଓ ମାଆ ଦାମିନିବେନ୍‌ଙ୍କ ସହ ଏପରି ନୃଶଂସ ଆଚରଣ କରିଥିବା ଜାଣିବାକୁ ମିଳିଛି। ପୂରା ଦିନ ରମେଶ ଗେମ୍‌ରେ ମଜି ରହିବା କାରଣରୁ ଆଉ କୌଣସି କାମରେ ମନ ଦେଉନଥିଲା। ପୁଅର ଭବିଷ୍ୟତ ପାଇଁ ସଞ୍ଜୟ ଓ ଦାମିନିବେନ୍‌ ଚିନ୍ତା କରିବା ପରେ ପୁଅ ରମେଶ ଏପରି କରିଥିବା ଜାଣିବାକୁ ମିଳିଛି।

By amfnews

Related Post