Sat. Mar 7th, 2026

ପଢାଇବା ବାହାନାରେ ଦୁଇ ଛାତ୍ରୀଙ୍କ ସହ ଏଭଳି କାମ କରୁଥିଲେ ଗଣିତ ଶିକ୍ଷକ

216 Views

ନୋଏଡ଼ା  : ନୋଏଡ଼ାର ଏକ ନାମୀ ସ୍କୁଲର ଦୁଇ ଜଣ ଛାତ୍ରୀ ଜଣେ ଗଣିତ ଶିକ୍ଷକଙ୍କ ଉପରେ ଅଶାଳୀନ ଆଚରଣର ଅଭିଯୋଗ ଆଣିଛନ୍ତି। ସେ ଦୁଇ ଛାତ୍ରୀ ସପ୍ତମ ଶ୍ରେଣୀର ଛାତ୍ରୀ। ସେ ଦୁହେଁ ଅଭିଯୋଗ କରିଛନ୍ତି ଗଣିତ ଶିକ୍ଷକ ପଢାଇବା ବାହାନାରେ ସେମାନଙ୍କର ସ୍ପର୍ଶକାତର ଅଙ୍ଗକୁ ସ୍ପର୍ଶ କରୁଛନ୍ତି। ଯଦି ସେମାନେ ଏହାର ପ୍ରତିବାଦ କରନ୍ତି,ତେବେ ଶିକ୍ଷକ ଜଣକ ପାଠପଢାରେ ଭୁଲ୍‌ ତ୍ରୁଟି ଥିବା ଦର୍ଶାଇ ସେଦୁହିଁଙ୍କୁ ଶ୍ରେଣୀ ଗୃହରେ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସାମ୍ନାରେ ଅପମାନିତ କରୁଛନ୍ତି।

ଏହି ଘଟଣା ସଂପର୍କରେ ଦୁଇ ଛାତ୍ରୀ ପ୍ରଥମେ ଶ୍ରେଣୀ ଶିକ୍ଷକଙ୍କୁ କହିଥିଲେ ମାତ୍ର ସେଥିପ୍ରତି ଧ୍ୟାନ ଦେଇ ନଥିଲେ ଶ୍ରେଣୀ ଶିକ୍ଷକ। ତାପରେ ସ୍କୁଲର କାଉନସିଲରଙ୍କୁ ଜଣାଇଥିଲେ। ତା’ପରେ ସ୍କୁଲର ତଦନ୍ତ କମିଟି ଏହି ଘଟଣାର ତଦନ୍ତ କରି ଏହା ସତ ବୋଲି ରିପୋର୍ଟ ଦେଇଥିଲା। ଏହାପରେ ସ୍କୁଲର ଅଧ୍ୟକ୍ଷ ସେକ୍ଟର-୪୯ ଥାନାରେ ଏତଲା ଦେଇଥିଲେ। ତା’ପରେ ଶିକ୍ଷକଙ୍କୁ ସ୍କୁଲରୁ ନିଲମ୍ବିତ କରି ଦିଆଯାଇଥିବା ଜଣାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ନାଆଁ ନୀରଜ ଗଙ୍ଗଓ୍ଵାର୍‌ ବୋଲି ଜଣାଯାଇଛି । ପୁଲିସ ନୀରଜ ନାଆଁରେ ଭିନ୍ନ ଭିନ୍ନ ଧାରାରେ ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି।

By amfnews

Related Post