Sun. Mar 8th, 2026

ନୁସରତଙ୍କୁ ହସ୍‌ପିଟାଲ୍‌ରୁ ମିଳିଲା ଛୁଟି

192 Views

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରବିବାର-ନଭେମ୍ବର ୧୭)ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ନୁସରତଙ୍କୁ ଗତକାଲି (ସୋମବାର) ହସ୍‌ପିଟାଲରୁ ଛୁଟି ମିଳି ଯାଇଛି। ହସ୍‌ପିଟାଲ୍‌ରୁ ଛୁଟି ମିଳି ଯାଇଥିଲେ ହେଁ ତାଙ୍କୁ ଔଷଧ ଖାଇବାକୁ ହେବା ସହିତ ବିଶ୍ରାମ ନେବାକୁ ହେବ ବୋଲି ନୁସରତଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ନୁସରତ ଜହାଁଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ନୁସରତଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବାପରେ ତାଙ୍କୁ ଗତ(ରବିବାର-ନଭେମ୍ବର ୧୭) ରାତିରେ କୋଲକାତାର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଆଜମା କାରଣରୁ ନୁସରତଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ସେ ଗତକାଲି (ସୋମବାର) ସଂସଦର ଅଧିବେଶନରେ ସାମିଲ ହୋଇ ପାରି ନଥିଲେ। ନୁସରତ ଜହାଁ ବଶିରହାଟ ଲୋକସଭା ଆସନରୁ ନିର୍ବାଚିତ ହୋଇ ସଂସଦକୁ ଯାଇଛନ୍ତି। ନୁସରତ ଜହାଁ କୋଲକାତାର ବ୍ୟବସାୟୀ ନିଖିଲ ଜୈନ୍‌ଙ୍କୁ ଚଳିତ ବର୍ଷ ଜୁନ୍‌ ୧୯ ତାରିଖରେ ବିବାହ କରିଥିଲେ।

By amfnews

Related Post