Sat. Mar 7th, 2026

ନୀଳଗିରି: ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର, ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

218 Views

ନୀଳଗିରି: ବାଲେଶ୍ବର ଜିଲ୍ଲାରେ ନୀଳଗିରି ଥାନା ଅଧିନସ୍ଥ କାଠଗୋଚ୍ଛି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ନୀଳଗିରି ଥାନା ଅଧିନସ୍ଥକାଠଗୋଚ୍ଛି ଗ୍ରାମର ଜଟ ସିଂହ(୪୮) ଶୌଚ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା ବେଳେ ଭାଲୁଟି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଏହା ଫଳରେ ଜଟ ସିଂହ ଗୁରୁତର ହୋଇଥିଲେ । ଜଟ ଜୀବନ ବିକଳରେ ଚିତ୍କାର କରିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚିବାରୁ ଭାଲୁଟି ସ୍ବର୍ଣଚୂଡ ଜଙ୍ଗଲକୁ ପଳାଇଥିଲା ।
ପରେ ପରିବାର ଲୋକେ ଜଟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାକୁ ଆଣି ଚିତ୍କିସା କରାଇଥିଲେ। ହେଲେ ସେଠାରେ ତାଙ୍କ ଅବସ୍ଥା ସକଂଟାପନ୍ନ ହେବାରୁ ଜଟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏଣେ ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି ଅଞ୍ଚଳକୁ ଅଧିକାଂଶ ସମୟରେ ନିକଟସ୍ଥ କୁଳଢିହା ଅଭୟାରଣ୍ୟରୁ ହାତୀ ଓ ଭାଲୁ ଆସି ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ବନ ବିଭାଗ ଏହା ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ହେତୁ ଏଭଳି ଘଟଣା ବାରମ୍ବାର ଘଟୁଛି।

By amfnews

Related Post