Fri. Mar 6th, 2026

ନୀଳଗିରି: ବାର୍‌ହା ଫାଶରେ ପଡ଼ି ଛଟପଟ ହେଉଛି ଭାଲୁ

248 Views

ନୀଳଗିରି: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ବନାଞ୍ଚଳ ଅନ୍ତର୍ଗତ ସ୍ୱର୍ଣ୍ଣଚୁଡ଼ ସଂରଂକ୍ଷିତ ଜଙ୍ଗଲ ନିକଟସ୍ଥ କାଗୋଛି ନୂଆସାହି ଗାଁ ବିଲରେ ଏକ ବାରହା ଫାଶରେ ଭାଲୁଟିଏ ପଡ଼ି ଛଟପଟ ହେଉଛି। ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଭାଲୁଟିକୁ ଉଦ୍ଧାର କରାଯାଇ ପାରି ନାହିଁ। ଏ ନେଇ ଶିମିଳିପାଳ ଅଭୟାରଣ୍ୟକୁ ସୂଚନା ଦିଆଯାଇଛି। ସେଠାରୁ ଦୁଇଜଣ ବିଶେଷଜ୍ଞ ଆସିବା ପରେ ଭାଲୁଟିକୁ ଉଦ୍ଧାର କରାଯିବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଲଗାତର ଭାବେ ଫାଶ ବସାଇ ବାର୍‌ହା ଶିକାର କରାଯାଉଥିବା ଅଭିଯୋଗ ହେଉଛି। ଗତ ସପ୍ତାହ ତଳେ ଗୋଟିଏ ଭାଲୁ ଏହିପରି ବାର୍‌ହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଥିଲା। ଆଜି ସକାଳୁ ସେହି ବାର୍‌ହା ଫାଶରେ ଆଉ ଗୋଟିଏ ଭାଲୁ ଛନ୍ଦି ହୋଇ ଛଟପଟ ହେଉଥିବା କେତେକ ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ରେଞ୍ଜର ସୁକୁମାର ଦାସ, ଫରେଷ୍ଟର ଗଣେଶ ଲେଙ୍କା ଓ ଅନ୍ୟ ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଫାଶରୁ ଭାଲୁଟିକୁ ମୁକୁଳାଇବା ସମ୍ଭବ ହୋଇ ନାହିଁ।

By amfnews

Related Post