Sat. Mar 7th, 2026

ନିର୍ବାଚନ ଅଭିଯାନ ଭଣ୍ଡୁର କରିବାକୁ ମୋ ଘରେ ଆୟକର ଚଢ଼ାଉ ପାଇଁ ଯୋଜନା ହେଉଛି: ପି. ଚିଦାମ୍ବରମ୍‌

302 Views

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପ ଚିଦାମ୍ବରମ୍‌ ରବିବାର ଦିନ ଅଭିଯୋଗ କରିଛନ୍ତି ଯେ ଲୋକସଭା ନିର୍ବାଚନ ପ୍ରଚାର ଅଭିଯାନ ଭଣ୍ଡୁର କରିବା ନିମନ୍ତେ ସରକାର ତାଙ୍କ ଘରେ ଆୟକର ଚଢ଼ାଉ ଯୋଜନା କରୁଛନ୍ତି।

ସେ କହିଛନ୍ତି ଦେଶବାସୀ ଦେଖୁଛନ୍ତି ଏବଂ ଏଥର ନିର୍ବାଚନରେ ଠିକଣା ଜବାବ ଦେବେ।ସେ ଟୁଇଟ୍‌ କରିଛନ୍ତି: ଶିବଗଙ୍ଗା ନିର୍ବାଚନ ମଣ୍ଡଳୀ ଏବଂ ଚେନ୍ନାଇରେ ଥିବା ମୋ ଘରେ ଆୟକର ବିଭାଗ ଚଢ଼ାଉ କରିବ ବୋଲି ଯୋଜନା କରୁଥିବା କଥା ମୁଁ ଶୁଣିଛି। ତଲାସକାରୀ ଦଳକୁ ଆମେ ସ୍ୱାଗତ କରିବୁ।

ଆୟକର ବିଭାଗ ଜାଣେ ଯେ ଆମ ପାଖରେ ଲୁଚାଇବାକୁ କିଛି ନାହିଁ। ସେମାନେ ଏବଂ ଅନ୍ୟ ଏଜେନ୍‌ସିମାନେ ପୂର୍ବରୁ ସେମାନେ ଓ ଅନ୍ୟ ଏଜେନ୍‌ସିମାନେ ଆମ ଘରେ ତଲାସ କରି କିଛି ପାଇ ନାହାନ୍ତି। ନିର୍ବାଚନ ଅଭିଯାନ ପଙ୍ଗୁ କରାଇବା ଏହାର ଉଦ୍ଦେଶ୍ୟ।ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍‌ କହିଲେ ଯେ ଲୋକେ ଏ ସରକାରଙ୍କର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଦେଖୁଛନ୍ତି ଏବଂ ନିର୍ବଚାଚନରେ ଠିକଣା ଜବାବ ଦେବେ।

ଚିଦାମ୍ବରମ୍‌ଙ୍କ ପୁତ୍ର କାର୍ତି ତାମିଲନାଡୁର ିବଗଙ୍ଗା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ମାମଲା ଚାଲିଛି ଏବଂ ସେ ଜାମିନରେ ଆସିଛନ୍ତି।

By amfnews

Related Post