Fri. Mar 6th, 2026

ନିଜ ରେଳଯାତ୍ରାର ଅନୁଭୂତିକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଜଣାଇବେ ଅଭିନେତା- ସାଂସଦ ରବି କିଷନ

421 Views

ଗୋରଖପୁର: ଜଣାଶୁଣା ହିନ୍ଦୀ ଚଳଚ୍ଚିତ୍ର ତାରକା ତଥା ଭୋଜପୁରୀ ସୁପରଷ୍ଟାର ଏବଂ ଲୋକସଭା ସାଂସଦ ରବି କିଷନ ପାଖାପାଖି ୨୦ ବର୍ଷପରେ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇଥିବାରୁ ଖୁସି ଜାହିର କରିଛନ୍ତି। ସେ ସଉକରେ ଏହା କରିନାହାନ୍ତି, ବରଂ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିର୍ଦ୍ଦେଶକ୍ରମେ ଏହି ରେଳଯାତ୍ରା କରିଛନ୍ତି।

ଉତ୍ତର ପ୍ରଦେଶର ଗୋରଖପୁରର ଲୋକସଭା ସାଂସଦ ରବି କିଷନ ଛଟ ପୂଜା ଅବସରରେ ରେଳ ଯାତ୍ରୀଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ଲାଗ ଟ୍ରେନରେ ଯାତ୍ରା କରିଥିବା ଜଣାଯାଇଛି। ସାଂସଦ କିଷନ କହିଛନ୍ତି ଯେ, ଟ୍ରେନ ଯାତ୍ରା ସମୟରେ ସେ ଯାତ୍ରୀମାନଙ୍କଠାରୁ ଯେଉଁ ତଥ୍ୟ ହାସଲ କରିଛନ୍ତି ତାକୁ ରେଳମନ୍ତ୍ରୀଙ୍କୁ ଅବଗତ କରାଇବେ ।ଏହାଦ୍ୱାରା ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ସମସ୍ୟାର ସମାଧାନ ହେବ ଏବଂ ଯାତ୍ରୀସେବାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ।

ସେ ହାଜିପୁର ଜଙ୍କସନରେ ଉତ୍ତର ପ୍ରଦେଶରୁ ବିହାରକୁ ଚଳାଚଳ କରୁଥିବା ବୈଶାଳୀ ଏକ୍ସପ୍ରେସରେ ଏହି ଯାତ୍ରା କରିଥିଲେ। ସେ ଏଥିନେଇ ଖୁବ ଶୀଘ୍ର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ନିଜର ଅନୁଭୂତି ଜଣାଇବେ ବୋଲି କହିଛନ୍ତି।

By amfnews

Related Post