Wed. Nov 27th, 2024

ଧାରା ୩୭୦ ଉଚ୍ଛେଦ ପରେ ଖୁସି ହେଲେ ପାକିସ୍ତାନ ବର, ଭାରତ ଆସି ବିବାହ କଲେ

By amfnews Aug 18, 2019 #Featured
189 Views

ରାଜକୋଟ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତ ଏବଂ ପାକ୍ ସୀମାରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତ ସହ ପାକିସ୍ତାନ ସବୁ ବ୍ୟାବସାୟିକ ସଂପର୍କ ମଧ୍ୟ ଛିନ୍ନ କରିସାରିଛି । କିନ୍ତୁ ଏତେ ସମସ୍ୟା ପରେ ମଧ୍ୟ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ସ୍ନେହ ସଂପର୍କର ଉଦାହରଣ ଏବେ ଦେଖିବାକୁ ମିଳିଛି ।

ଧାରା ୩୭୦ ହଟିବା ପରେ ପାକିସ୍ତାନର ୨ ଜଣ ଯୁବକ ଗୁଜୁରାଟର ରାଜକୋଟ ଆସି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ପାକିସ୍ତାନରୁ ଭାରତ ଆସି ବିବାହ କରିବା ପଛର କାରଣ ମଧ୍ୟ ଖୁବ୍ କୌତୁହଳପୂର୍ଣ୍ଣ । ବିବାହକୁ ନେଇ ପାକିସ୍ତାନରେ କଡ଼ା ନିୟମ କାନୁନ୍ ରହିଛି । ପାକିସ୍ତାନରେ ନିରାଡ଼ମ୍ବର ବିବାହକୁ ନେଇ ଏହି ଦୁଇ ଯୁବକ ଖୁବ୍ ଅସନ୍ତୁଷ୍ଟ ଥିଲେ । ନିଜ ବିବାହକୁ ଭଲଭାବେ ପାଳିବା ପାଇଁ ଯୁବକମାନେ ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ ।

ପାକିସ୍ତାନରୁ ଆସିଥିବା ଜଣେ ଯୁବକ ଅନିଲ ମହେଶ୍ୱରୀ କୁହନ୍ତି , “ମୁଁ କରାଚିରେ ରହେ ଏବଂ ସୀମାର ଦୁଇପଟେ ମହେଶ୍ୱରୀ ସଂପ୍ରଦାୟର ଅନେକ ଲୋକ ବସବାସ କରନ୍ତି । ସ୍ୱାଧୀନତା ସମୟରେ କିଛି ମହେଶ୍ୱରୀ ସଂପ୍ରଦାୟର ଲୋକେ ପାକିସ୍ତାନରେ ରହୁଥିଲେ, ଯେଉଁମାନେ ସେତେବେଳ ସମୟରେ ଆଉ ଭାରତ ଫେରିବାକୁ ସୁଯୋଗ ପାଇନଥିଲେ । ଯେଉଁମାନେ ପାକିସ୍ତାନରୁ ଭାରତକୁ ଫେରିଆସିଥିଲେ ସେମାନଙ୍କୁ ଭାରତର ନାଗରିକତା ମିଳିଗଲା । ପାକ୍ ସରକାରଙ୍କ ବ୍ୟବହାର ବିଷୟରେ ଅନିଲ୍ କୁହନ୍ତି ଯେ ସେମାନଙ୍କୁ ସେଠାରେ ଆଜି ବି ସ୍ୱାଧୀନ ଭାବରେ କିଛି କାମ କରିବା ପାଇଁ ଅନୁମତି ଦିଆଯାଉନାହିଁ ।

By amfnews

Related Post