Wed. Mar 12th, 2025

ଦୋକାନ ସହିତ ଜିଅନ୍ତା ଜଳିଗଲେ ଯୁବକ

By amfnews Nov 28, 2018 #Featured
149 Views

ବଲାଙ୍ଗୀର, ନଭେମ୍ବର ୨୮: ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ଲ କଲେଜ ପାଖରେ ଏକ ଅଭାବନୀୟ ଘଟଣା ଘଟିଛି। ଲ କଲେଜ ପାଖରେ ଥିବା ଏକ ପାନ ଦୋକାନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତେବେ ଏହି ଅଗ୍ନିକାଣ୍ଡ ଆକସ୍ମିକ କିମ୍ବା ଯୋଜନାବଦ୍ଧ ଷଡଯନ୍ତ୍ର ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚପନା ଅନୁଯାୟୀ, ବଲାଙ୍ଗୀର ବିଭୂତିପଡ଼ାର ସୁରଜ କ୍ଷେତି (୨୩ ବର୍ଷ) ନାମକ ଜଣେ ଯୁବକ ବଲାଙ୍ଗୀର ଲ କଲେଜ ନିକଟରେ ଏକ ପାନ ଦୋକାନ କରିଥିଲେ। ଗତକାଲି ରାତି ପ୍ରାୟ ୧୨ଟା ୪୦ ମିନିଟ ସମୟରେ ହଠାତ ସେହି ପାନଦୋକାନରେ ନିଆଁ ଲାଗିଯାଇଥିିବା ନେଇ ବଲାଙ୍ଗୀର ଦମକଳ କେନ୍ଦୟକୁ ସୂଚନା ମିଳିଥିଲା। ସୂଚନା ପାଇ ଦମକଳ ସହିତ ପିସିଆର ଭ୍ୟାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ନିଆ ଲିଭିଲା ବେଳକୁ ସେହି ପାନ ଦୋକାନ ଭିତରେ ସୁରଜ କ୍ଷେତି ଜିଅନ୍ତା ଜଳି ଯାଇଥିବା ଦେଖିବାକୁ ମିଳିଥିଲା।

By amfnews

Related Post