Sun. Mar 8th, 2026

ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

194 Views

ମୋହନା : ଗଜପତି ଜିଲ୍ଲା ଚାନ୍ଦିପୁଟ ରାଣୀଖମା ଗାଁର ଜଣେ ବ୍ୟବସାୟୀଙ୍କ ଦୋକାନ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ଦୋକାନ ଘରେ କେହି ନିଆଁ ଲଗାଇ ଦେଇଥିବା ଦୋକାନ ମାଲିକ ରମେଶ ସାହୁ ଅଭିଯୋଗ କରିଛନ୍ତି।

By amfnews

Related Post