Sat. Apr 19th, 2025

ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପର ତୀବ୍ର ଝଟକା, ଲୋକେ ଭୟଭୀତ

By amfnews Sep 12, 2018 #Featured
230 Views

ପାଟନା   :   ବୁଧବାର ପ୍ରତ୍ୟୁଷରେ ହରିୟାନା ଏବଂ ଜମ୍ମୁ ଓ କଶ୍ମୀରରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ସକାଳ ୧୦ଟା ସମୟରେ ବିହାର, ପଶ୍ଚିମ ବଙ୍ଗ ଓ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ଭୂମିକମ୍ପର ତୀବ୍ର ଝଟକା ଲାଗିଛି। ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତ୍ରୀବ୍ରତା ୫.୫ ଥିବା କୁହାଯାଉଛି। ଏଯାବତ୍‌ ଏହି ଭୂକମ୍ପରେ କୌଣସି କ୍ଷୟ-କ୍ଷତି ହୋଇ ନଥିବା ସୂଚନା ମିଳିଛି। ଭୂକମ୍ପ ପାଖପାଖି ୨୫ରୁ ୩୦ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା କୁହାଯାଉଛି। ଘର, କାର୍ଯ୍ୟାଳୟ ଓ ଅନ୍ୟାନ୍ୟସ୍ଥାନରେ ଥିବା ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ବୁଧବାର ସକାଳେ ୧୦ଟା ସମୟରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ବାଂଲାଦେଶ ବୋଲି କୁହାଯାଉଛି। ସେହିପରି ଆସାମ, ନାଗାଲାଣ୍ଡ ଓ ମଣିପୁରେ ବି ଭୂକମ୍ପ ଅନୁଭୂତ ହୋଇଥିଲା।

ଅାଜିର ପ୍ରଥମ ଭୂମିକମ୍ପ ଭୋର୍‌ ପ୍ରାୟ ୫ଟା ୧୫ ମିନିଟ୍‌ ସମୟରେ ଜମ୍ମୁ ଓ କଶ୍ମୀରରେ ଅନୁଭୂତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪.୬ ଥିଲା। ଭାରତୀୟ ପାଣିପାଗ ସଂସ୍ଥାନ ମତରେ, ଉତ୍ତରକୁ ୩୫. ୬ଂ ଅକ୍ଷାଂଶ ଓ ପୂର୍ବକୁ ୭୬.୩ ଡିଗ୍ରି ଦ୍ରାଘିମାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଭୂଗର୍ଭର ୧୭୪ କିଲୋମିଟର୍‌ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା। ଅନ୍ୟ ଭୂମିକମ୍ପଟି ଭୋର୍‌ ୫.୪୩ ମିନିଟ୍‌ରେ ହରିୟାନାର ଝାଜ୍ଜର୍‌ ଠାରେ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୩.୧।

By amfnews

Related Post