Mon. Nov 25th, 2024

ଦେଶର ଦୀର୍ଘତମ ରୋଡ-ରେଳ ବ୍ରିଜକୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଉଦଘାଟନ

By amfnews Dec 25, 2018 #Featured
116 Views

ନୂଆଦିଲ୍ଲୀ, ଡିସେମ୍ବର ୨୫ : ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଦେଶର ଦୀର୍ଘତମ ରେଳ ଏବଂ ସଡ଼କ ବ୍ରିଜ ନିର୍ମାଣ କାମ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ମଙ୍ଗଳବାର (ଡିସେମ୍ବର ୨୫) ଉଦଘାଟନ କରିବେ । ଏହି ବ୍ରିଜ ଉଦଘାଟନ ହେବା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବିକାଶରେ ସହାୟକ ହେବ । ଲୋକେ ସହଜରେ ଏବଂ କମ ସମୟ ମଧ୍ୟରେ ନିଜର ଗନ୍ତବ୍ୟସ୍ଥଳକୁ ପହଂଚି ପାରିବା ଉଦ୍ଦେଶ୍ୟ ନେଇ ଏହି ପୋଲ ନିର୍ମାଣ କରାଯାଇଛି । ଦେଶର ସୁରକ୍ଷା ଦୃଷ୍ଟିରୁ ଏହି ବ୍ରିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଏହି ବ୍ରିଜର ବିଶେଷତ୍ୱ ଅନେକ ବୋଲି କୁହାଯାଉଛି ।

ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ପୋଲର ସବୁଠାରୁ ଭଲ ଗୁଣ ରହିବ ଯେ, ଭୂକମ୍ପ ମଧ୍ୟ କୌଣସି କ୍ଷତି କରିପାରିବ ନାହିଁ । ଯଦିଓ ଭୂକମ୍ପର ତୀବ୍ରତା ୭.୦ ହୁଏ, ତଥାପି କୌଣସି କ୍ଷତି ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହା ହେଉଛି ଭାରତର ପ୍ରଥମ ୱେଲଡେଟ ବ୍ରିଜ । ୪.୯୮ କିମି ଦୀର୍ଘ ବ୍ରିଜ ଡେବ୍ରିଗଡ଼ରୁ ଧେମାଜିକୁ ଯୋଡୁଛି । ପାଖାପାଖି ୫୦ ଲକ୍ଷ ଲୋକଙ୍କ ପାଇଁ ଏହି ବ୍ରିଜ ନୂତନ ଜୀବନ ରାସ୍ତା ଦେଖାଇବ । ଉପର ଆସାମରୁ ଅରୁଣାଚଳ ଯିବା ପାଇଁ ଏହି ବ୍ରିଜ ଲୋକଙ୍କ ରାସ୍ତା କମ କରିଦେବ । ର ସହାୟତା ନିଆଯାଇ ପାରିବ ।

ତିନସୁକିଆ-ନାହରଲଗୁନ ଇଣ୍ଟରସିଟି ଏକ୍ସପ୍ରେସ ସପ୍ତାହରେ ୫ ଦିନ ଚାଲିବ । ଆସାମର ତିନସୁକିଆ ଠାରୁ ଅରୁଣାଚଳ ପ୍ରଦେଶର ନାହରଲଗୁନକୁ ରେଳଯାତ୍ରାରେ ୧୦ ଘଣ୍ଟା ଯାତ୍ରା ସମୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ପୂର୍ବେତ୍ତର ଫ୍ରଣ୍ଟିୟର ରେଳବାଇର ମୁଖପାତ୍ର ନିତିନ ଭଟ୍ଟାଚାର୍ଯ୍ୟ କହିଛନ୍ତି, ବର୍ତ୍ତମାନ ସମୟରେ ମୁଁ ଏହି ଦୂରତାକୁ ଅତିକ୍ରମ କରିବା ପାଇଁ ୧୫ ରୁ ୨୦ ଘଣ୍ଟା ତୁଳନାରେ ଏବେ ସାଢ଼େ ୫ ଘଣ୍ଟା ସମୟ ଲାଗିବ । ଏହା ପୂର୍ବରୁ ରେଳଯାତ୍ରୀଙ୍କୁ ଅନେକ ଥର ଟ୍ରେନ ପରିବର୍ତ୍ତନ କରିବାକୁ ପଡୁଥିଲା । ମୋଟ ୧୪ କୋଚ ଥିବା ଏହି ଚେୟାର କାର ରେଳଗାଡ଼ି ତିନସୁକିଆ ଠାରୁ ଅପରାହ୍ନରେ ବାହାରି ନହରଲଗୁନ ଠାରୁ ପରଦିନ ସକାଳୁ ବାହାରିବ ।

By amfnews

Related Post