Fri. Dec 27th, 2024

ଦେଶରେ 42 ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ 24 ଘଣ୍ଟାରେ 90,802ଟି ନୂଆ ପଜିଟିଭ ଚିହ୍ନଟ

By amfnews Sep 7, 2020 #Featured
224 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୭ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42 ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 90,802 ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି  । କ୍ରମାଗତ ଭାବେ ଦ୍ୱିତୀୟ ଦିନରେ ମଧ୍ୟ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା 90 ହଜାର ଅତିକ୍ରମ କରିଛି।

ଏହି ସମୟ ମଧ୍ୟରେ 1,016 ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି। ତଥ୍ୟ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ 42,04,614 ଲୋକ ସଂକ୍ରମିତ ହୋଇଥିବାବେଳେ 8,82,542ଟି ସକ୍ରିୟ ମାମଲା ରହିଛି  ।

ଅନ୍ୟପକ୍ଷରେ 32,50,429 କରୋନା ସହ ଲଢେଇ କରି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏଥି ସହିତ ଭାରତରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା 71,642ରେ ପହଞ୍ଚିଛି  । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ରିପୋର୍ଟ କରିଛି ଯେ 6 ସେପ୍ଟେମ୍ବର ପର୍ଯ୍ୟନ୍ତ 4,95,51,507 ନମୁନା ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ଗତକାଲି 7,20,362 ନମୁନା ପରୀକ୍ଷା କରାଯାଇଛି  ।

By amfnews

Related Post