Sat. Nov 23rd, 2024

ଦୀର୍ଘ ୯ମାସ ପରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣୀ

By amfnews Dec 28, 2020 #Featured
259 Views

ଆରଡି, ଡିସେମ୍ବର ୨୮ : ଦୀର୍ଘ ୯ମାସ ପରେ ଶ୍ରୀମନ୍ଦିର ସହିତ ରାଜ୍ୟର ପ୍ରାୟ ସବୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲା ଏବଂ ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଖୋଲିବାକୁ ଅନୁମତି ମିଳିବା ପରେ ଆଜିଠାରୁ ବାବା ଆଖଣ୍ଡଳମଣୀ ଦର୍ଶନ ଦେଉଛନ୍ତି ।

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଆଖଣ୍ଡଳମଣୀ ମନ୍ଦିରରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇ ସୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାର ଲୋକଙ୍କୁ ଦର୍ଶନ ଅନୁମତି ରହିଛି ।

ଆଜି ଓ କାଲି ଅର୍ଥାତ୍ ଡିସେମ୍ବର ୨୮ ଓ ୨୯ ତାରିଖରେ କେବଳ ସେବାୟତ ମାନେ ଦର୍ଶନ କରିବେ ଏବଂ ସେହିଭଳି ଡିସେମ୍ବର ୩୦ ଓ ୩୧ ତାରିଖରେ ସ୍ଥାନୀୟ ଲୋକମାନଙ୍କୁ ଦର୍ଶନ ଅନୁମତି ରହିଛି ଓ ଅନ୍ୟ ବଡ ମନ୍ଦିର ଭଳି ନୂଆ ବର୍ଷରେ (ଜାନୁଆର ୧ ଓ ୨) ବାବା ଆଖଣ୍ଡଳମଣୀ ମନ୍ଦିର ମଧ୍ୟ ବନ୍ଦ ରଖିବାକୁ ଜିଳ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଏହାପରେ ଜାନୁଆର ୩ରୁ ଜିଲ୍ଲା ବାହାର ଲୋକଙ୍କୁ ଦର୍ଶନ ଅନୁମତି ରହିଛି । ତେବେ ଆଜି ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ଏଥିସହିତ ମହାମାରୀ କଟକଣା ଅନୁଯାଇ ସମସ୍ତ ଏସଓପି ପାଳନ କରାଯାଇ ସେମାୟତ ଓ ତାଙ୍କ ପରିବାର ବାବାଙ୍କୁ ଦର୍ଶନ କରିବେ ।

By amfnews

Related Post