Sat. Mar 7th, 2026

ଦିଲ୍ଲୀ: ବିସ୍ଫୋରଣ ଯୋଗୁଁ ଭାଙ୍ଗି ପଡ଼ିଲା ନିଆଁ ଲାଗିଥିବା କାରଖାନା, ଭିତରେ ଅଛନ୍ତି ଅଗ୍ନିଶମ କର୍ମଚାରୀ ଏବଂ ଅନ୍ୟ କେତେକ ଲୋକ

280 Views

ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ଦିଲ୍ଲୀର ପୀରଗଡ଼ିସ୍ଥିତ ଏକ ବ୍ୟାଟେରି କାରଖାନାରେ ନିଆଁ ଲାଗିଯାଇଛି। ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୩୫ଟି ଦମକଳ ଉଦ୍ୟମ ଚଳାଇଛନ୍ତି।

ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ି ଠାରେ ଥିବା ଗୋଟାଏ କାରଖାନାରେ ନିଆଁ ଲାଗିଥିବା ସମ୍ବନ୍ଧରେ ଭୋର୍‌ ପ୍ରାୟ ୪: ୨୮ ମିନିଟ୍‌ରେ ଫୋନ୍‌ ଆସିଥିଲା। ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟଲାଗି ସେଠାକୁ ୭ଟି ଦମକଳ ପଠାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦେଶକ ଅତୁଳ ଗର୍ଗ କହିଛନ୍ତି। କିନ୍ତୁ ପରେ ପରେ ଗୋଟାଏ ବିସ୍ଫୋରଣ ଘଟିବାରୁ ସେ କୋଠାଘରଟି ଭାଙ୍ଗି ପଡ଼ିଲା। ଫଳରେ ଅଗ୍ନିଶମ କର୍ମଚାରୀଙ୍କ ସମେତ କେତେକ ଲୋକ ସେଥିରେ ଅଟକି ରହିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

ପ୍ରାପ୍ତ ସୂଚନା ଅନୁସାରେ, ସେ ଘରେ ଥିବା ବ୍ୟାଟେରି ଫାଟିଯିବାରୁ ଶୀଘ୍ର ନିଆଁ ଚରିଯିବା ସହ କୋଠାର କିଛି ଅଂଶ ଭାଙ୍ଗି ପଡ଼ିଥିଲା।
ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ‘ଏନ୍‌ଡିଆର୍‌ଏଫ୍‌’କୁ ଡକାଯାଇଛି।

By amfnews

Related Post