Mon. Mar 31st, 2025

ଦକ୍ଷିଣପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ହେଲେ ସଞ୍ଜୟ କୁମାର ମହାନ୍ତି

By amfnews Sep 20, 2019 #Featured
252 Views

ଭୁବନେଶ୍ୱର  : କୋଲକତାସ୍ଥିତ ଦକ୍ଷିଣପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ଭାବେ ସଞ୍ଜୟ କୁମାର ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଶ୍ରୀ ମହାନ୍ତି ଟ୍ରାଫିକ୍‌ ଟ୍ରାନ୍ସପୋର୍ଟଟେସନ୍‌ର ପ୍ରିନ୍‌ସିପାଲ୍‌ ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ଭାବେ ନିଯୁକ୍ତ ହୋଇଥିଲେ।

ପୂର୍ବତଟ ରେଳବାଇରେ ଚିଫ୍‌ ଭିଜିଲାନ୍‌ସ୍‌ ଅଫିସର, ଖୋର୍ଦ୍ଧା ରୋଡ୍‌ରେ ଡିଭିଜ୍‌ନାଲ୍‌ ରେଲ୍‌େଓ୍ଵ ମ୍ୟାନେଜର୍‌ ଭଳି ଭାରତୀୟ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ ନିଯୁକ୍ତ ହୋଇଥିଲେ। ଭାରତୀୟ ରେଳବାଇରେ ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌କୁ ଅଗ୍ରଣୀ ପଣ୍ୟ ପରିବହନ ମଣ୍ଡଳ କରାଇବାରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ। ମୁମ୍ବାଇ, ନାଗପୁର, ଝାନ୍‌ସୀ ଏବଂ କୋଙ୍କଣ ରେଳବାଇରେ ମଧ୍ୟ ସେ ଉଚ୍ଚ ପଦବୀରେ ଥାଇ ଅନେକ ଉଲ୍ଲେଖନୀୟ କାମ କରିଛନ୍ତି। ରେଳବାଇରେ ପ୍ରଣାଳୀ ନିର୍ମାତ ବା ସିଷ୍ଟମ୍‌ ବିଲ୍‌ଡର୍‌ ଏବଂ ରେଳବାଇ ପ୍ରଶାସନରେ ନୂତନତ୍ୱ ଆଣିବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନମିକ୍ସ୍‍ର ଛାତ୍ର ଶ୍ରୀ ମହାନ୍ତି ୧୯୮୫ ବ୍ୟାଚ୍‌ରେ ଇଣ୍ଡିଆନ୍‌ ରେଲ୍‌େଓ୍ଵଜ୍‌ ଟ୍ରାଫିକ୍‌ ସର୍ଭିସ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ହେଉଛନ୍ତି ବାଲେଶ୍ୱରର ସୁପରିଚିତ ଆଡ୍‌ଭୋକେଟ୍‌ ସ୍ୱର୍ଗତ କୃଷ୍ଣପ୍ରସାଦ ମହାନ୍ତିଙ୍କର ସାନ ପୁଅ।

By amfnews

Related Post