242 Views
ମୁମ୍ବାଇ: ମହାରାଷ୍ଟ୍ରରେ ତିନି ଦଶକ ପରେ ପୁଣି ଥରେ ଦଳିତ-ମୁସଲମାନଙ୍କର ମେଣ୍ଟ ହେଉଥିବା ନେଇ ପୁଣି ଥରେ ଚର୍ଚ୍ଚା ଚାଲିଛି। ଏହି ଭଳି ମେଣ୍ଟର ସ୍ଥାପନା ପ୍ରାୟ ତିନି ଦଶକତଳେ ଅଣ୍ଡରଓ୍ଵାର୍ଲଡ ଡନ୍ ହାଜି ମସ୍ତାନ ଓ ଦଳିତ ନେତା ଯୋଗେନ୍ଦ୍ର କବାଡେ ମିଶି କରି ଦଳିତ- ମୁସଲିମ ଅଳ୍ପସଂଖ୍ୟକ ସୁରକ୍ଷା ମହାସଂଘ ପ୍ରତିଷ୍ଠା କରିଥିଲେ। ଏବେ ୨୦୧୯ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଆଇଏମ୍ଆଇଏମ୍ ର ଅସଦୁଦ୍ଦିନ୍ ଓବେସି ଓ ବିଆର୍ପି ବହୁଜନ ମହାସଂଘର ପ୍ରକାଶ ଆମ୍ବେଦକର ମଧ୍ୟ ଏଭଳି ଏକ ମେଣ୍ଟ କରୁଥିବା ଜଣାଯାଇଛି।