Fri. Mar 6th, 2026

ଢେଙ୍କାନାଳରୁ ପୁଣି ୩ ବର୍ଷର ଶିଶୁ ନିଖୋଜ

350 Views

ଭୁବନେଶ୍ୱର, ଡିସେମ୍ବର ୧୭ :  ପୁଣି ଢେଙ୍କାନାଳରୁ ଆସିଲା ଶିଶୁ ନିଖୋଜ ଅଭିଯୋଗ ।  ନିହଲପ୍ରସାଦ ଥାନା ଖଙ୍କିରା ଗାଁରେ 3 ବର୍ଷର ଶିଶୁ ନିଖୋଜ ।  ଗାଁ ଦାଣ୍ଡରୁ ନାବାଳକ ଆୟୁଷ ସାହୁ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ନିହଲପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି । 

ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁର  ତିନି ବର୍ଷର ଶିଶୁ ନିଖୋଜ ହୋଇଯାଇଛି। ନିଖୋଜ ଶିଶୁଙ୍କ ନାମ ଆୟୁଷ ସାହୁ। ଆୟୁଷଙ୍କୁ ତାଙ୍କ ଜେଜେ ମା ୭.୧୦ସମୟରେ ଶୌଚ କରାଇ ସାରିବା ପରେ ଘର ଭିତରକୁ ଯାଇ ଫେରିବା ପରେ ଗାଁ ଦାଣ୍ଡରେ ଆୟୁଷଙ୍କୁ ପାଇ ନଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ।    ଗ୍ରାମବାସୀମାନେ ଦଶ ଖଣ୍ଡ ଗାଁରେ ଖୋଜାଖୋଜି କରି ସାରିଥିଲେ ସୁଦ୍ଧା କୌଣସି ପତ୍ତା ମିଳି ନାହିଁ। ଫଳରେ ପରିବାର ଲୋକେ ନିରାଶ ହୋଇ ନିହଲପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଖୋଜା ଖୋଜି ଆରମ୍ଭ କରିଛି । ସେପଟେ କେହି ଜଣେ ମଟର ସାଇକେଲରେ ବସାଇ ନେଇଥିବା ଅନୁମାନ କରୁଛନ୍ତି ଗ୍ରାମବାସୀ। 

By amfnews

Related Post