Sun. Mar 8th, 2026

ଡିକି ଭାଙ୍ଗି ସାଢ଼େ ୩ ଲକ୍ଷ ଲୁଟ୍‌

338 Views

ଭୁବନେଶ୍ବର: ଗୁରୁବାର ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ସ୍ଥିତ ଏସ୍‌ବିଆଇ ବ୍ୟାଙ୍କ ସମ୍ମୁଖରୁ ବାଇକ୍‌ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସାଢ଼େ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ହରିହର ସାହୁ ଏ ସଂପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ଦିନ ପ୍ରାୟ ସାଢ଼େ ୩ଟାରେ ହରିହର ବ୍ୟାଙ୍କରୁ ସାଢ଼େ ୩ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ଏହାପରେ ପାସ୍‌ବୁକ୍‌ ଅପ୍‌ଡେଟ୍‌ ପାଇଁ ବ୍ୟାଙ୍କ ଭିତରକୁ ଯାଇଥିଲେ। ଏହି ସମୟ‌‌‌‌‌ରେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌ ଡିକି ଭାଙ୍ଗି ସବୁତକ ଟଙ୍କା ଲୁଟି ନେଇଥିଲେ। ଏ ସଂପର୍କରେ ସେ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଖୁବ୍‌ଶୀଘ୍ର ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଉମାକାନ୍ତ ପ୍ରଧାନ କହିଛନ୍ତି।

By amfnews

Related Post