Sun. Mar 8th, 2026

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଯୋଗୁଁ ଚାଷୀଙ୍କୁ ୨୩ ହଜାର ୫୦୦ ଟଙ୍କା ଜରିମାନା!

208 Views

କୁତ୍ରା  : ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକର ଜଣେ ସାଧାରଣ ଚାଷୀଠାରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ମାମଲାରେ ସର୍ବାଧିକ  ୨୩ ହଜାର ୫୦୦ ଟଙ୍କା ଜରିମାନା ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଚାଷୀଙ୍କ ନାମ ହେଲା ତସିଲ ମିଂଜ। ଏହି ଆଦିବାସୀ ଚାଷୀ ଜଣକ ଗତ ୮ ତାରିଖ ଅପରାହ୍ନ ୧ଟା ୨୮ ମିନିଟ୍‌  ସମୟରେ ନିଜ ଗାଁ କୁତ୍ରାର ଲିଟିବେଡାରୁ ତୁଡ଼ାଲଗା ଯାଉଥିବା ବେଳେ ତାଙ୍କ ଉପରେ ସୁନ୍ଦରଗଡ଼ ପରିବହନ ଅଧିକାରୀ ରାମ ନିବାସ ମିର୍ଦ୍ଧା ୨୩ ହଜାର୫୦୦ଟଙ୍କା ଜରିମାନା ଲଗାଇଥିବା କୁହାଯାଉଛି।

ସମ୍ବଲପୁର-ରାଉଲକେଲା ରାଜପଥରେ ତସିଲ ମିଂଜ ଯାଉଥିବା   ବେଳେ  ତାଙ୍କଠାରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଲାଗି ୫୦୦ ଟଙ୍କା, ଡ୍ରାଇଭିଂ ଲାଇସେନ୍‌ସ ନ ଥିବା   ଯୋଗୁଁ  ୫ ହଜାର ଟଙ୍କା,ବାଇକ ଚଳାଉଥିବାବେଳେ  ମୋବାଇଲ୍‌ ଧରି କଥା ହେଉଥିବା ଯୋଗୁଁ ୫ ହଜାର ଟଙ୍କା ,ହେଲମେଟ୍‌ ପିନ୍ଧି ନଥିବା ଯୋଗୁଁ  ୨ ହଜାର ଟଙ୍କା ଓ ବାଇକର ଇନ୍‌ସୁରାନ୍‌ସ କାଗଜପତ୍ର ନଥିବା ଯୋଗୁଁ ୨ ହଜାର ଟଙ୍କା ,ଏପରି ସର୍ବମୋଟ ୨୩ ହଜାର ୫୦୦ଟଙ୍କା ଜରିମାନା ଆଦାୟ ପାଇଁ ରସିଦ୍‌ ଦିଆଯାଇଛି।

By amfnews

Related Post