Sat. Mar 7th, 2026

ଟ୍ରମ୍ପଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କଲା ଇରାନ୍

225 Views

ତେହରାନ: ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଗୁରୁବାର ଆମେରିକା ଏୟାର ଷ୍ଟ୍ରାଇକ ଯୋଗେ ହତ୍ୟା କରିଛି। ପ୍ରତିବଦଳରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା କରିଛି ଇରାନ୍। ରବିବାର ସୁଲେମାନୀଙ୍କୁ କବର ଦେବାବେଳେ ଇରାନ ସରକାର ଏହି ଘୋଷଣା କରିଛନ୍ତି।

ଟ୍ରମ୍ପଙ୍କୁ ଯିଏ ମାରିବ ତାଙ୍କୁ ୫୭୫ କୋଟି ୭୨ ଲକ୍ଷ ୪୦ ହଜାର ଟଙ୍କା ଇରାନ୍ ସରକାର ଦେବ। ଏହି ଟଙ୍କା ଯୋଗାଡ଼ କରିବା ପାଇଁ ପ୍ରତ୍ୟେକ ଇରାନବାସୀ ୧ ଡଲାର (୭୨ ଟଙ୍କା) ଦେବେ ଏ ନେଇ mirror.co.uk ରେ ଖବର ପ୍ରକାଶ ପାଇଛି। ଇରାନରେ ମୋଟ୍ ଜନସଂଖ୍ୟା ୮୦ ନିୟୁତ ବା ୮ କୋଟି।

ସୂଚନାଯୋଗ୍ୟ, ଜାନୁଆରୀ ୩ରେ ଆମେରିକା ସୁଲେମାନୀଙ୍କୁ ହତ୍ୟା କରିଛି। ଏହାପରେ ଆମେରିକା ଓ ଇରାନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଏହାକୁ କେନ୍ଦ୍ର କରି ତୃତୀୟ ବିଶ୍ୱ ଯୁଦ୍ଧ ହେବ ବୋଲି ଆକଳନ କରାଯାଉଛି। ଇରାକ ମାଟିରେ ଇରାନ ମେଜର ଜେନେରାଲଙ୍କୁ ହତ୍ୟା କରିବା ନିଷ୍ପତ୍ତିକୁ ଚୀନ, ରୁଷିଆ ସମେତ କିଛି ଦେଶ ନିନ୍ଦା କରିଛନ୍ତି। ଇରାନର ମୁଖ୍ୟ ନେତା ଅଲୀ ଖାମେନି ଏବଂ ରାଷ୍ଟ୍ରପତି ହସନ ରୌହାନୀ ଆମେରିକାର ଏହି ଆକ୍ରମଣର ପ୍ରତିଶୋଧ ନେବେ ବୋଲି ସୁଲେମାନୀଙ୍କୁ କବର ଦେବା ବେଳେ ଶପଥ ନେଇଛନ୍ତି।

By amfnews

Related Post