Mon. Jun 9th, 2025

‘ଟୋଟାଲ ଧମାଲ୍‌’ରେ ସୋନାକ୍ଷୀ ସିହ୍ନାଙ୍କଉପରେ ଥିବା ଗୀତକୁ ନେଇ ବିବାଦ , ମୁହଁ ଖୋଲିଲେ ନିର୍ଦ୍ଦେଶକ

By amfnews Feb 10, 2019 #Featured
319 Views

ମୁମ୍ବାଇ : ମଲଟିଷ୍ଟାରର ମୁଭି ‘ଟୋଟାଲ ଧମାଲ୍‌’ରେ ସୋନାକ୍ଷୀ ସିହ୍ନାଙ୍କ ଉପରେ ଥିବା ଏକ ଆଇଟମ୍‌ ନମ୍ବର ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ହେଲା ୧୯୯୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଇନ୍‌କାର’ର ସୁପରହିଟ୍‌ ଗୀତ ‘ମୁଙ୍ଗଡା…’। ଏହି ଗୀତକୁ ରିକ୍ରିଏଟ୍‌ କରାଯାଇଛି। ଏହି ଗୀତର ସମାଲୋଚନା କରାଯାଉଛି। ଅବଶେଷରେ ଏ ସଂପର୍କରେ ମୁହଁ ଖୋଲିଛନ୍ତି ‘ଟୋଟାଲ୍‌ ଧମାଲ୍‌’ର ନିର୍ଦ୍ଦେଶକ ଇନ୍ଦ୍ର କୁମାର। ଇନ୍ଦ୍ର କୁମାର କହିଛନ୍ତି ଯେ ‘ଯେତେବେଳେ ୧୯୯୭ରେ ରିଲିଜ୍‌ ହୋଇଥିବା ମୋ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ୍ମ ‘ଇଶ୍କ’ର ଗୀତ ‘ନିନ୍ଦ ଚୁରାଇ ମେରି ’କୁ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ଗୋଲମାଲ ରିଟର୍ଣ୍ଣସ’ରେ ରିକ୍ରିଏଟ୍‌ କରାଯାଇଥିଲା, ସେତେବେଳେ କେହି ହେଲେ ମୋର ଅନୁମତି ନେଇନଥିଲେ। ଏବେ କାହିଁକି ଏ କଥା ଉଠୁଛି’।

ଏହି ଗୀତର ପ୍ରକୃତ ସଙ୍ଗୀତ ନିର୍ଦ୍ଦେଶକ ହେଲେ ରାଜେଶ୍‌ ରୋଶନ୍‌ ଓ ଏଥିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର୍‌ ଓ ଉଷା ମଙ୍ଗେସକର। ‘ମୁଙ୍ଗଡା…’ଗୀତ ତାଙ୍କର ସୃଷ୍ଟି ବୋଲି ଦର୍ଶାଇ ରାଜେଶ ରୋଶନ୍‌ ଅଭିଯୋଗ କରିଥିଲେ ଯେ ଆଜିକାଲି ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ଭିତରେ ଭଲ ଗୀତ ସୃଷ୍ଟି କରିବାର ଆତ୍ମବିଶ୍ୱାସ ନାହିଁ।

By amfnews

Related Post