ଭୁବନେଶ୍ୱର, ଜାନୁଆରୀ 23 : ରାଜ୍ୟରେ ସୁରୁଖୁରୁରେ ଚାଲିଛି ଟୀକାକରଣ । ଆମେ ସର୍ବ ଭାରତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛୁ । ଟୀକାକରଣରେ ସାରା ଭାରତରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି । ଆଜି ସକାଳେ ଭୁବନେଶ୍ୱରରେ 1 ଲକ୍ଷ 49ହଜାର 760 ଡୋଜ କୋଭାକ୍ସିନ ପହଞ୍ଚିଛି । ଏହା କେବଳ ଭୁବନେଶ୍ୱର ଟୀକାକରଣ ପାଇଁ ବ୍ୟବହାର ହେବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ଆଗକୁ ରାଜ୍ୟରେ ଟୀକାକରଣ ଆହୁରି ଭଲ ହେବ । ସମସ୍ତଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତକାଲି ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଟୀକାକରଣ ହୋଇଛି । 221 ସେସନ ସାଇଟରେ 20330 ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରିବୁ। ଆଜି ସକାଳେ ଭୁବନେଶ୍ୱରରେ 1 ଲକ୍ଷ 49ହଜାର 760 ଡୋଜ କୋଭାକ୍ସିନ ପହଞ୍ଚିଛି । ଏହା କେବଳ ଭୁବନେଶ୍ୱର ପାଇଁ । ସେହିପରି ଆଜି କୋଭିସିଲ୍ଡ ଷ୍ଟୋରରୁ ରିଜିଓନାଲ ଭ୍ୟକ୍ସିନ ଷ୍ଟୋର ଯିବ । ସେଠାରୁ ଜିଲ୍ଲାକୁ ପାଠାଯିବ । ବର୍ତ୍ତମାନ ସୁଦ୍ଧା 130007 ଜଣଙ୍କୁ ଟୀକା ଦିଆ ହୋଇଛି । ଜଣଙ୍କୁ ଗୋଟିଏ କମ୍ପାନୀ ଟୀକା ଦିଆଯିବ । 28 ଦିନ ପରେ ମଧ୍ୟ ସେହି ଏକା ଟୀକା ଦ୍ୱିତୀୟ ଡୋଜ ଦିଆଯିବ । ନହେଲେ ଶରୀରର ରୋଗ ପ୍ରତିଷେଧକ ଉପରେ ପ୍ରଭାବ ପଡିପାରେ । କେବଳ ଜଣଙ୍କ ପାଖରେ ପାର୍ଶ୍ୱ ପତିକ୍ରିୟା ଦେଖାଦେଇଛି ।