Sun. Jun 8th, 2025

ଟିଟୋର ଧଳା ଘୋଡ଼ା

By amfnews Jul 31, 2018 #Featured
941 Views

ଅପରାଧ ଦୁନିଆର ବାଦ୍ସାହା ଭାବରେ ନରିଚିତ କେନ୍ଦ୍ରାପଡ଼ାର ଅପ୍ରତିଦୋନ୍ଦିତା ଗ୍ୟାଙ୍ଗଷ୍ଟାର୍ ଟିଟୋ କଳାକାର ଭିତରେ ବୁଡ଼ି ରହୁଥିଲେ ମଧ୍ୟ ଧଳା ଘୋଡ଼ା ପ୍ରତି ତାର ପ୍ରଚଣ୍ଡ ଦୁର୍ବଳତା ଥିଲା ।ବହୁ ମୂଲ୍ୟରେ ଏଥିପାଇଁ ସେ ଚାରିଗୋଟି ଧଳାଘୋଡ଼ା ଆଣି କେନ୍ଦ୍ରାପଡ଼ା ସହରରେ ରଖିବା ସହ ଗିଲାରପୁର ଓ ବଡହାଟ ଅଚଂଳର ପିଲାମାନମଙ୍କୁ ଘୋଡ଼ା ଚଢ଼ାରେ ତାଲିମ୍ ଦେବାକୁ ବ୍ୟବସ୍ଥା କରିଥିଲା ।

ଏଥି ନିମନ୍ତେ ସେ ଉତ୍ତର ପ୍ରଦେଶରୁ ସେଖ ଆଲମ ନାମକ ଜଣେ ତାଲିମ ଦାତା କୁ ନିଯୁକ୍ତି ଦେଇଥିଲା । ସେଖ୍ ଆଲମ୍ ମୋଟା ଦରମା ପାଇବା ସହ କେନ୍ଦ୍ରାପଡ଼ାରେ ଆରାମରେ ରହିବା ଲାଗି ଏକ ବାସଗୃହ ମଧ୍ୟ ଯୋଗାଇ ଦିଆଯାଇଥିଲା, ମାତ୍ର ଟିଟୋ ଗିରଫ ହେବା ପରେ ଏହି ତାଲିମ୍ ଦାତା ଅଦୃଶ୍ୟ ହୋଇଯାଇଥିଲା ।

ଟିଟୋର ଅପରାଧତ୍ମକ କାର୍ଯ୍ୟାକଳାପ ସମ୍ପର୍କରେ ତଦନ୍ତ କରୁଥିବା ରାଜ୍ୟ କ୍ରାଇମ୍ ବ୍ରାଚଂର ସ୍ପେସାଲଟାସ୍କ ଫୋର୍ସ ସୂତ୍ରରୁ ପ୍ରକାଶ ଯେ, ପ୍ରୟ ୩୦ ଜଣ କିଶୋର କିଶୋରୀଙ୍କୁ ଅଶ୍ୱାରୋହଣ ତାଲିମ୍ ଦିଆଯାଉଥିଲା । ଅଧିକାଶଂ କିଶୋରି ସାଇକେଲରେ ଯାତାୟତ କରିବା ଅପେକ୍ଷା ଘୋଡ଼ାରେ ଯିବା ଲାଗି ଅଧିକ ଆଗ୍ରହ ପ୍ରକାଶ କରୁଥିଲେ । ଟିଟୋ ୨୦ଲକ୍ଷ ଟଙ୍କା ମୂଲ୍ୟରେ ଏହି ଚାରିଗୋଟି ଧଳା ଘୋଡ଼ା କିଣିଥିଲା ବୋଲି ତଦନ୍ତ କାରିଙ୍କ ସୂତ୍ରରୁ ପ୍ରକାଶ ।
କ୍ରାଇମ୍ବ୍ରାଚଂ ର ଏସ୍.ପି ଶ୍ରୀ ପ୍ରଶାନ୍ତ ଭୋଇ କହିଛନ୍ତି ଯେ, କେନ୍ଦ୍ରାପଡ଼ା, ପାରାଦୀପ୍, ଓ ଅନ୍ୟାନ ସ୍ଥାନରେ ଥିବା ଟିଟୋର ବହୁ ପରିମାଣର ସ୍ଥାବର ଓ ଅସ୍ଥାବର ସମ୍ପତି ଯବତ କରାଯାଇଥିଲେ ମଧ୍ୟ ଟିଟୋ ଘର ଉପରେ ଚଢ଼ାଉ କରାଯିବା ସମୟରେ ଘୋଡ଼ା ଗୁଡ଼ିକ ଘୋଡ଼ା ଶାଳରେ ନଥିବା ଯୋଗୁଁ ସେଗୁଡ଼ିକୁ ଯବତ କରାଯାଇନାହିଁ ।

By amfnews

Related Post