Tue. Dec 24th, 2024

ଟାଟାର ସ୍ୱାସ୍ଥ୍ୟସେବା ଶିବିର ନେଇ ଅସନ୍ତୋଷ

manasranjanbiswal07@gmail.com' By Manas Ranjan Biswal Jul 20, 2018 #Featured
164 Views

ଯାଜପୁର,୨୦/୭: ସମସ୍ତଙ୍କର ଧାରଣା ଥିଲା ଯେ ଟାଟା କମ୍ପାନୀର ସ୍ୱାସ୍ଥ୍ୟସେବା ଶିବିରରେ ରୋଗ ନିବାରଣ ପାଇଁ ଆବଶ୍ୟକ ଔଷଧ ମିଳିବ । ହେଲେ ଫଳ କିନ୍ତୁ ଓଲଟା ।  ଜେନାପୁର ଡାକ ବଙ୍ଗଳାରେ ବୁଧବାର ଟାଟା କମ୍ପାନୀ ତରଫରୁ ଆୟୋଜିତ ସ୍ୱାସ୍ଥ୍ୟସେବା ଶିବିରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୨୦୫ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ସ୍ଥାନୀୟ ସରପଂଚ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମରେ ଏଠାରେ ରୋଗୀମାନେ ସୂଚନା ପାଇ ପଂହଚିଥିଲେ । ତେବେ ଏଠାରେ ରୋଗର ପରୀକ୍ଷା ସହ ଔଷଧ ମିଳିବା ଆଶାରେ ଆସିଥିବା ରୋଗୀମାନେ ନିରାଶ ହେବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଶିବିରରେ ରୋଗୀମାନଙ୍କୁ କୌଣସି ପ୍ରକାର ଔଷଧ ପ୍ରଦାନ କରାଯାଇ ନଥିଲା ।

ଟାଟା କମ୍ପାନୀ ତରଫରୁ ଅନୁଷ୍ଠିତ ସ୍ୱାସ୍ଥ୍ୟସେବା ଶିବରରେ ଡାକ୍ତର ଅଭିମନ୍ୟୁ, ଚାରୁଲତା ସାହୁ, ନିବେଦିତା ଦେ, ମଣ୍ଡଳ ପଲ. ଜେ.ପି.ରଂଜନକର, ଚିଙ୍କି ଦେ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟସେବା କରିଥିଲେ । ଏଥିରେ ଶ୍ରୀଧର ବେହେରା, ରମେଶ ରାଉତ, ରାଇଚାନ୍ଦ ସ୍ୱାଇଁ, ମେନୋଜ ବେହେରା, ଦୁର୍ଯ୍ୟୋଧନ ଦୋରା ପ୍ରମୁଖ ସହଯୋଗ କରିଥିଲେ ।

Related Post