Tue. Apr 22nd, 2025

ଟଙ୍କା ଲୋଭ: ନାତିକୁ ବିକିଲା ଆଈ

By amfnews Aug 21, 2019 #Featured
169 Views

ଖଇରା : ଟଙ୍କା ପାଇଁ ଜଣେ ଆଈ ନାତିକୁ ବିକିଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ; ମାମି ବେହେରା ତାଙ୍କ ସ୍ୱାମୀ ପ୍ରଭାକର ଓ ଝିଅ ସିଲୁ ସହ ମହାରାଷ୍ଟ୍ରର ପନବୀର ଅଞ୍ଚଳରେ ଦୀର୍ଘଦିନ ହେବ ରହୁଛନ୍ତି। ବାପା ପ୍ରଭାକର ଝିଅକୁ ମହାରାଷ୍ଟ୍ରର ଇଷ୍ଟନ ସାଙ୍ଗମାଙ୍କ ସହ ବିବାହ କରିଥିଲେ। ତାଙ୍କ ନିକଟରୁ ୨ଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ବଡ଼ପୁଅ ୨ ବର୍ଷର ହୋଇଥିବା ବେଳେ ସାନପୁଅର ବୟସ ଦେଢ଼ବର୍ଷ। ୨୦୧୯ ମସିହା ଜୁନ୍‌ ମାସରେ ସିଲୁଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା କରିବାକୁ ଏକ ହସ୍‌ପିଟାଲ୍‌ରେ ଭର୍ତି କରାଯାଇଥିଲା। ଇଷ୍ଟନ ତାଙ୍କର ପିଲା ୨ଟିକୁ ମାମି ଦାୟିତ୍ୱରେ ଛାଡ଼ି ଦେଇଯାଇଥିଲେ। ଏହି ସମୟରେ ସେ କିଆନକୁ ଧରି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମାଖନପୁର ପଞ୍ଚାୟତ ସାଉଁଡିଆ (ଖରିଦା) ଗ୍ରାମକୁ ଯାଇଥିଲେ। ସେଠାରେ ତାକୁ ୨୦ ହଜାର ଟଙ୍କାରେ ଗଣେଶ୍ୱର ଜେନା ପାଖରେ ବିକ୍ରି କରିଦେଇଥିଲେ। ଏ ସଂକ୍ରାନ୍ତରେ ଏକ ଚୁକ୍ତିପତ୍ର ସୋର ନୋଟାରିରେ କରାଯାଇଥିଲା। ସେପଟେ ଡାକ୍ତରଖାନାରୁ ଫେରିବା ପରେ ସିଲୁ ପୁଅକୁ ନପାଇ ବହୁତ ଖୋଜାଖୋଜି କରିଥିଲେ। ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଶିଶୁକୁ ଉଦ୍ଧାର କରି ଶିଶୁକୁ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

By amfnews

Related Post