Mon. Mar 9th, 2026

ଝାଡ଼ଖଣ୍ଡରେ ନିର୍ଭୟା ମାମଲା ଭଳି ମାମଲା: ମହିଳାଙ୍କ ସହ ଗଣଦୁଷ୍କର୍ମ କରି ଗୁପ୍ତାଙ୍ଗରେ ବାଡ଼ି ପୂରାଇ ଦେଲେ ଦୁର୍ବୃତ୍ତ

263 Views

ଜମତାରା, ନଭେମ୍ବର ୦୯: ଝାଡ଼ଖଣ୍ଡର ଜମତାରା ଜିଲ୍ଲାରେ ନିଜ ଆଗ ସ୍ୱାମୀଙ୍କ ସମେତ ତିନି ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ସରବ୍ୟ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ ଗୁରୁବାର ଦିନ କହିଛି। ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ମହିଳାଙ୍କ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରିଥିଲେ ବୋଲି କୁହାଯାଉଛି।

ସବ୍‌-ଡିଭିଜ୍‌ନାଲ୍‌ ପୁଲିସ ଅଫିସର୍‌ ବି ଏନ୍‌ ସିଂହ କହନ୍ତି, ମୃତା ମହିଳାଙ୍କ ଆଗ ସ୍ୱାମୀଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି।

ପୁଲିସ କହିବା ଅନୁସାରେ, ବୁଧବାର ରାତି କାଳୀପୂଜା ଅବସରରେ ମହିଳାଜଣକ ନାଟକ ଦେଖିବାକୁ ଥିଏଟର୍‌କୁ ଯାଇଥିଲେ। ତାଙ୍କର ଆଗ ସ୍ୱାମୀ ଏବଂ ଅନ୍ୟ ଦୁଇଜଣ ତାଙ୍କୁ ଜବରଦସ୍ତି ନାରାୟଣପୁର ଥାନାଞ୍ଚଳ ଅନ୍ତର୍ଗତ ଏକ ଗାଁ ନିକଟରେ ଥିବା ବିଲକୁ ଟେକି ନେଇଥିଲେ।

ଦୁଷ୍କର୍ମ ପରେ ସେମାନେ ସେ ମହିଳାଙ୍କ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରି ଦେଇଥିଲେ ବୋଲି ପୁଲିସ କହିଛି।

ତହିଁ ଆର ଦିନ ସକାଳେ ସାହାଯ୍ୟ ନିମନ୍ତେ ଉକ୍ତ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ତାଙ୍କୁ ନାରାୟଣପୁର ସହରର ଏକ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ଜମତାରା ସଦର ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିଲା ଓ ସେଠାକାର ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।

ସ୍ଥାନୀୟ ଲୋକେ ପୁଲିସକୁ କହିଛନ୍ତି ଯେ ସେମାନେ ତାଙ୍କୁ ବିଲରୁ ଉଦ୍ଧାର କରିବା ବେଳେ ସେ ତାଙ୍କର ଆଗ ସ୍ୱାମୀ ଏବଂ ଅନ୍ୟ ଦୁଇ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିବା କଥା କହୁଥିଲେ।

By amfnews

Related Post