185 Views
ଭୁବନେଶ୍ୱର, ଫେବୃଆରୀ ୦୩ :
ଚର୍ଚ୍ଚିତ ଆରଡି ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଜି ପୁଣି ହୋଇପାରେ ସିନ ରିକ୍ରିଏସନ୍ । ତିନି ଦିନିଆ ରିମାଣ୍ଡରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ଅଭିଯୁକ୍ତ ରାକେଶକୁ ନିଆଯାଇଛି । ଆଜି ରିମାଣ୍ଡର ଦ୍ଵିତୀୟ ଦିନ । ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବ ବୋଲି ଆଶଙ୍କା କରାଯାଉଛି।
ଯାଜପୁର କୁଆଖିଆ ଥାନାରେ ରାକେଶକୁ ନେଇ ପଚରାଉଚରା କରୁଛି ପୋଲିସ । ଯାଜପୁର ଏସଡ଼ିପିଓ ଓ କୁଆଖିଆ ଆଇଆଇସି ରାକେଶକୁ ପଚରାଉଚରା କରୁଥିବା ନେଇ ସୂଚନା ରହିଛି । ଏହା ସହ ଗତକାଲି କୁଆଖିଆ ପୋଲିସ ରାକେଶକୁ ଡେମେ ଦେଖାଇବା ପାଇଁ ଘଟଣାସ୍ଥଳକୁ ନେଇଥିଲା । ସେଠାରେ ମୃତଦେହ ପଡ଼ିଥିବା ସ୍ଥାନ ଚିହ୍ନଟ କରିଛି ରାକେଶ । ଗେଷ୍ଟ ହାଉସ ର ଅନ୍ୟ ୩ ଜଣ କର୍ମଚାରୀଙ୍କୁ ମଧ୍ୟ ମାରାଥନ୍ ଜେରା କରିଛି ପୋଲିସ୍ । ଆଜି ପୁଣି ହୋଇପାରେ ସିନ ରିକ୍ରିଏସନ୍ ।