Sat. Mar 7th, 2026

ଜୟପୁର: ୧୨ ବର୍ଷୀୟ ବାଳିକା ପିଠିରେ ଗୁଳି ପଶି ଛାତି ବାଟେ ବାହାରି ଗଲା

230 Views

ଜୟପୁର: ଶୁକ୍ରବାର ସନ୍ଧ୍ୟା ବେଳେ ସ୍ଥାନୀୟ କିଆବନ୍ଧ ସାହିର ଜଣେ ୧୨ ବର୍ଷୀୟ ବାଳିକା ପିଠିରେ ଗୁଳିମାଡ଼ ହେବାରୁ ଚିକିତ୍ସା ଲାଗି ତାଙ୍କୁ କୋରାପୁଟ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି।

ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ସେ ନାବାଳିକା ଜଣକ ସନ୍ଧ୍ୟା ବେଳେ ବାଥ୍‌ରୁମ୍‌ରୁ ବାହାରୁ ଥିବା ବେଳେ କୁଆଡୁ ଗୋଟାଏ ଗୁଳି ଆସି ତାଙ୍କ ପିଠିରେ ବାଜି ଛାତି ପଟେ ବାହାରି ଯାଇ ପାଖରେ ଥିବା ତାଙ୍କ ବାପା କେ ସତ୍ୟନାରାୟଣଙ୍କ କାନ ପାଖ ଦେଇ କାନ୍ଥରେ ବାଜିଥିଲା।

ଗୁଳି ଚୋଟରେ ରକ୍ତାକ୍ତ ନାବାଳିକାକୁ ଘର ଲୋକେ ଚିକିତ୍ସା ନିମନ୍ତେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

ଉକ୍ତ ଗୁଳିଟିକୁ ପୁଲିସ ଜବତ କରିଛି। ଗୁଳି କୁଆଡୁ ଆସିଲା ଓ କିଏ ଚଳାଇଲା ତାହା ଜଣାପଡ଼ି ନାହିଁ।

By amfnews

Related Post