171 Views
ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧୀନ ବିଶିପୁର କାଦୁସାହିରୁ ଏକ ୬ ଫୁଟ ଲମ୍ବର ରଣାସାପ ଉଦ୍ଧାର କରାଯାଇଛି। ସାପଟି ଗାଁର ଜଗନ୍ନାଥ ହେମ୍ବ୍ରମଙ୍କ ଘର ବାଡ଼ିରେ ଏକ ଜାଲରେ ଛନ୍ଦି ହୋଇଯାଇଥିଲା। ପରିବାର ଲୋକେ ଏହାକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଫରେଷ୍ଟର ଓ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପଟିକ ଉଦ୍ଧାର କରିଥିଲେ। ପରେ ଏହାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।